ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ସର୍ତ୍ତମୂଳକ ଜାମିନ୍

0

ମୁମ୍ବାଇ (ଆମ ଟିଭି): ବହୁ ଦିନ ପରେ ଅନିଲ ଦେଶମୁଖଙ୍କୁ ମିଳିଲା ଜାମିନ୍ । ବମ୍ବେ ହାଇକୋର୍ଟ ମଙ୍ଗଳବାର ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି ନେତା ଅନିଲ ଦେଶମୁଖଙ୍କୁ ମନି ଲଣ୍ଡରିଂ ମାମଲାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। କେବଳ ଅକ୍ଟୋବର ୧୩ରେ ଜାମିନ ଲାଗୁ ହେବ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହ ଦେଶମୁଖଙ୍କୁ ଜାମିନ ବଣ୍ଡ ଭାବରେ ୧ଲକ୍ଷ ଟଙ୍କା ଜମା କରିବାକୁ ଏବଂ ଡକାଯିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ୟ୍ୟାଳୟରେ ନିଜକୁ ହାଜର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ପ୍ରାରମ୍ଭରେ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ) ଅଧୀନରେ ଦେଶମୁଖଙ୍କ ଜାମିନ ଆବେଦନକୁ ସ୍ୱତନ୍ତ୍ର ଅଦାଲତ ଖାରଜ କରି ଦେଇଥିଲେ। ସେତେବେଳେ ଅଦାଲତ କହିଥିଲେ ଯେ ମନି ଲଣ୍ଡରିଂରେ ଦେଶମୁଖଙ୍କ ସମ୍ପୃକ୍ତିର ପ୍ରମାଣ ରହିଛି। ଦେଶମୁଖଙ୍କ ବିରୋଧରେ ଅଭିଯୋଗ ଥିଲା ଯେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଭାବରେ ସେ ବ୍ୟକ୍ତିଗତ ଲାଭ ପାଇଁ ନିଜର କ୍ଷମତାର ଅପବ୍ୟବହାର କରିଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ୪.୭କୋଟି ଟଙ୍କାର ବେଆଇନ କାରବାରରେ ଅନିଲ ଦେଶମୁଖଙ୍କୁ ପକ୍ଷଭୁକ୍ତ କରିଥିଲା।

Leave A Reply

Your email address will not be published.