ମଧ୍ୟମ ବ୍ୟବସାୟ ପ୍ରତିଷ୍ଠାନ ସିଲ୍ କରିବା ପ୍ରସଙ୍ଗରେ ଆମେ ଭୁବନେଶ୍ୱରିଆ ପ୍ରତିନିଧିମଣ୍ଡଳ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ସାକ୍ଷାତ !

0

ଆଜି ଆମେ ଭୁବନେଶ୍ୱରିଆର ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଏବଂ ଆବାହକ ଶ୍ରୀ ବାସୁଦେବ ଭଟ୍ଟଙ୍କ ସହଯୋଗରେ ଏକ ପ୍ରତିନିଧିମଣ୍ଡଳ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ସାକ୍ଷାତ କରି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଦ୍ୱାରା ଛୋଟ ଓ ମଧ୍ୟମ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ବ୍ୟାପକ ଭାବେ ନୋଟିସ୍ ଜାରି ଓ ସିଲ୍ କରିବା ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଏହି ଆଲୋଚନାରେ ବିଧାୟକ ଶ୍ରୀ ବାବି ସିଂ, ବିଜେପି ନେତା ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଓ ଶ୍ରୀ ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ ଏବଂ ଆଲୋଚନାରେ ସକ୍ରିୟ ଭାବେ ଯୋଗ ଦେଇଥିଲେ।

ପ୍ରତିନିଧିମଣ୍ଡଳ ମନ୍ତ୍ରୀଙ୍କ ସମ୍ମୁଖରେ ଦାବି କରିଛନ୍ତି ଯେ—

• ସିଲ୍ ନୋଟିସ୍ ପ୍ରକ୍ରିୟା ବନ୍ଦ କରାଯାଉ;

• ଯଦି କୌଣସି ସିଲ୍ ନୋଟିସ୍ ଜାରି ହୋଇଥାଏ, ତାହା ବିଏମସି କମିଶନରଙ୍କ ବ୍ୟକ୍ତିଗତ ତଦାରକରେ ହେଉ।

ମନ୍ତ୍ରୀ ଏହି ପ୍ରସ୍ତାବକୁ ଗ୍ରହଣ କରି ସହମତି ପ୍ରକାଶ କରିଛନ୍ତି। ସେ ଆହୁରି ଆଶ୍ୱାସନା ଦେଇଛନ୍ତି ଯେ, ଭବିଷ୍ୟତରେ ବିଏମସି ଅଧିକାରୀମାନେ ସାଧାରଣ ଜନତାଙ୍କ ସହ ଦୁର୍ବ୍ୟବହାର କରିବେ ନାହିଁ। ପ୍ରତିନିଧିମଣ୍ଡଳ ଅଭିଯୋଗ କରିଥିଲା ଯେ ବିଏମସି/ଓଡିଏ କୋର୍ଟରେ ସାଧାରଣ ନାଗରିକଙ୍କ ସହ ଅଧିକାରୀମାନେ ଦୁର୍ବ୍ୟବହାର କରୁଛନ୍ତି।

ଶେଷରେ ନିଷ୍ପତ୍ତି ନିଆଯାଇଛି ଯେ ବିହାର, ଦିଲ୍ଲୀ ଓ ମଧ୍ୟପ୍ରଦେଶ ପରି ଏକ ସମିତି ଗଠନ କରି ବିନା ଅସୁବିଧାରେ ସମସ୍ୟାର ସମାଧାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରାଯିବ ଏବଂ ସେହିପରି ଏକ ବ୍ୟବସ୍ଥା ଭୁବନେଶ୍ୱର ପାଇଁ ଦାବି କରାଯିବ। ଏହାକୁ ମନ୍ତ୍ରୀ ଓ ବିଧାୟକ ଦାଇତ୍ୱ ନେବା ସହ ଆମ ଭୁବନେଶ୍ୱରିଆ ଙ୍କୁ ସହଯୋଗ ପାଇଁ ସନ୍ନମତି ପ୍ରକାଶ କରିଥିଲେ l

 

ଏହି ପ୍ରତିନିଧିମଣ୍ଡଳରେ ଶ୍ରୀ ନାରାୟଣ ମହାପାତ୍ର, ଶ୍ରୀ କୈଳାସ ମହାପାତ୍ର, ଶ୍ରୀ ସଞ୍ଜୟ ଦାସ, ଶ୍ରୀ ପ୍ରଣବ ସ୍ୱାଇଁ, ଶ୍ରୀ ଅଲତାଫ ଆଲି, ଶ୍ରୀ ମନୋରଞ୍ଜନ ବିଶ୍ୱାଳ, ଶ୍ରୀ ଅଶୋକ ପାଇକରାୟ, ଶ୍ରୀମତୀ ନିରୁପମା ସାହୁ, ଶ୍ରୀମତୀ ଶାରଦା ପରିଡ଼ା, ଶ୍ରୀ ସୁବ୍ରତ ଆଚାର୍ଯ୍ୟ, ଶ୍ରୀ ପ୍ରଣୟ ଜେଟି, ଶ୍ରୀମତୀ ପିନାକିନୀ ସାହୁ, ଶ୍ରୀ ପ୍ରଦ୍ୟୁମ୍ନ ଦାସ ଓ ଶ୍ରୀ ମହମ୍ମଦ ସଉଦ ମଧ୍ୟ ଉପସ୍ଥିତ ଥିଲେ।

ଆମେ ଭୁବନେଶ୍ୱରିଆ ପୁନର୍ବାର ସ୍ପଷ୍ଟ କରୁଛି ଯେ ଆଇନର ଶାସନ ରକ୍ଷା କରି ଛୋଟ ଓ ମଧ୍ୟମ ବ୍ୟବସାୟୀଙ୍କୁ ହେଣ୍ଟାଣି କରାଯିବା ଉଚିତ୍ ନୁହେଁ। ସରକାର ଓ ପ୍ରଶାସନ ଏହି ସମସ୍ୟାର ସମାଧାନ ପାଇଁ ଦ୍ରୁତ, ସ୍ୱଚ୍ଛ ଓ ମାନବିକ ପଦକ୍ଷେପ ନେବା ଉଚିତ୍।

 

 

Leave A Reply

Your email address will not be published.