ଭୁବନେଶ୍ବରର ପଟିଆସ୍ଥିତ ଏମ୍ପ୍ରିଓ ସ୍କୋଡା ସର୍ଭିସ୍ କେନ୍ଦ୍ରରୁ ସ୍କୋଡା K2K ଯାତ୍ରାକୁ ପତାକା ଦେଖାଇ ଆଗାମୀ ଗନ୍ତବ୍ୟସ୍ଥଳ ଅଭିମୁଖେ ବିଦାୟ ଦିଆଯାଇଛି। ଏହି ଅବସରରେ ଏପ୍ରିଓ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ଅବିନାଶ ସାମଲ, ସ୍କୋଡା ଅଟୋ ଭୋକ୍ସୱାଗନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ଆଞ୍ଚଳିକ ବିକ୍ରୟ ପ୍ରବନ୍ଧକ ଶ୍ରୀ ପ୍ରଦୀପ କେ. ଏବଂ ଏମ୍ପ୍ରିଓ ସ୍ମୋଡା ସର୍ଭିସ୍ର ପ୍ରତିନିଧିମାନେ ଉପସ୍ଥିତ ଥିଲେ। K2Kର ଅର୍ଥ କୋଚିରୁ କୋଲକାତା।
ଏହି ଯାତ୍ରାରେ ସ୍ଲୋଡା କାଇଲାକ୍କୁ ନେଇ ଏକ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ‘ସ୍କୋଡା ଶୋ’ରୁମ୍ ଅନ୍ ହ୍ଵିଲ୍ମ’ ବିଭିନ୍ନ ସହର ଦେଇ ଯାତ୍ରା କରୁଛି। ଏହି ଚଳନ୍ତା ଶୋ’ରୁମ୍ ମାଧ୍ୟମରେ ଲୋକମାନେ ପାରମ୍ପରିକ ଡିଲରସିପ୍ ବାହାରେ ମଧ୍ୟ ସ୍ଲୋଡା କାଇଲାକ୍କୁ ନିକଟରୁ ଦେଖିବାର ସୁଯୋଗ ପାଉଛନ୍ତି। ଭୁବନେଶ୍ବରରେ ଏହି ଯାତ୍ରାର କାର୍ଯ୍ୟକ୍ରମକୁ ଏମ୍ପ୍ରିଓ ସ୍କୋଡା ଆୟୋଜନ କରିଥିଲା। ପଟିଆରୁ ପତାକା ଦେଖାଇ ଯାତ୍ରାକୁ ଭୁବନେଶ୍ବରରୁ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ବିଦାୟ ଦିଆଯାଇଥଲା। ଏମ୍ପ୍ରିଓ ସ୍କୋଡା ଟିମ୍ K2K ଯାତ୍ରାର ଅଂଶଗ୍ରହଣକାରୀମାନଙ୍କୁ ସ୍ବାଗତ କରିବା ସହ କୋଲକାତା ପର୍ଯ୍ୟନ୍ତ ଅବଶିଷ୍ଟ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଥିଲେ l