ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…
ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଥିବା ସେ କହିଛନ୍ତି।
ଅକ୍ଟୋବର ୧ ତାରିଖରେ ମହାନଦୀକୁ ନେଇ ଏକ ବୈଠକ ହେବ। ବୈଠକରେ ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଯୋଗ ଦେବା ନେଇ AG ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। CWC ମଧ୍ୟସ୍ଥତାରେ ଜଳ ବଣ୍ଟନର ସୂତ୍ର ଖୋଜା ଚାଲିଛି ବୋଲି ଆଚାର୍ଯ୍ୟ କହିଛନ୍ତି।