ନଭେମ୍ବର ୧ରୁ ଦିଲ୍ଲୀରେ ନୂଆ ନିୟମ, ଦୁଇଗୁଣା ହେବ ପାର୍କିଂ ଫି, ୱାର୍କ ଫ୍ରମ ହୋମ୍ କରିବାକୁ ନିର୍ଦ୍ଦେଶ

0

ଆଉ କିଛି ଦିନ ପରେ ଶୀତଦିନ ଆସିଯିବ । ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବା ପାଇଁ ଏବେଠାରୁ ନିୟମ ଏବଂ ପ୍ରତିବନ୍ଧକମୂଳକ ନିର୍ଦ୍ଦେଶ ଜାରି କରିଛନ୍ତି । ଏହାକୁ ନଜରରେ ରଖି ନଭେମ୍ବର ୧ ତାରିଖରୁ ଦିଲ୍ଲୀର ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡ଼ିକୁ ସେମାନଙ୍କ କର୍ମଚାରୀଙ୍କୁ ଘରୁ କାମ(ୱାର୍କ ଫ୍ରମ ହୋମ୍) କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଭଙ୍ଗା ଏବଂ ଯାନବାହାନ ସ୍କ୍ରାପ୍ କରିବା ଉପରେ ମଧ୍ୟ ନିଷେଧ ଲାଗୁ କରାଯାଇଛି ।

 

ନୋଟିଫିକେସନ ଅନୁଯାୟୀ, ୧ ନଭେମ୍ବର ୨୦୨୬ ରୁ ୩୧ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଭଙ୍ଗା ଏବଂ ଧୂଆଁଧୂଳି ସୃଷ୍ଟି କରୁଥିବା ନିର୍ମାଣ କାର୍ଯ୍ୟକଳାପକୁ ନିଷିଦ୍ଧ କରାଯାଇଛି । ଏସବୁ ଗତିବିଧି ଉପରେ ରୋକ୍ ଲଗାଯାଇଛି । ଏହା ସହିତ ୧୦ ଡିସେମ୍ବର ୨୦୨୬ ରୁ ୨୦ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ନିର୍ମାଣ ଏବଂ ଭଙ୍ଗା କାର୍ଯ୍ୟକଳାପ ଉପରେ ସମ୍ପୂର୍ଣ୍ଣ ନିଷେଧ ରହିବ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି ।

 

୨୦୨୬ ନଭେମ୍ବର ୧ ରୁ ୨୮ ଫେବ୍ରୁଆରୀ ୨୦୨୭ ପର୍ଯ୍ୟନ୍ତ ବିଭିନ୍ନ ଅଫିସ ସମୟ ପରିବର୍ତ୍ତନ କରାଯାଇଛି । ଏମସିଡି ଅଧୀନରେ ଥିବା ଅଫିସ ସମୟ ସକାଳ ୮:୩୦ ରୁ ସନ୍ଧ୍ୟା ୫:୦୦ ପର୍ଯ୍ୟନ୍ତ ଏବଂ ଜିଏନସିଟିଡି ଅଧୀନରେ ଥିବା ଅଫିସ ସମୟ ସକାଳ ୧୦:୦୦ ରୁ ସନ୍ଧ୍ୟା ୬:୩୦ ପର୍ଯ୍ୟନ୍ତ ହେବ । ସେହିପରି ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡ଼ିକରେ ୫୦% କର୍ମଚାରୀଙ୍କ ଉପସ୍ଥାନ ରହିବ । ୨୦୨୬ ନଭେମ୍ବର ୧ ରୁ ୨୮ ଫେବ୍ରୁଆରୀ ୨୦୨୭ ପର୍ଯ୍ୟନ୍ତ ୫୦% କର୍ମଚାରୀ ଘରୁ ଏବଂ ୫୦% କାର୍ଯ୍ୟାଳୟରୁ କାମ କରିବେ

ଦିଲ୍ଲୀ ସରକାର କହିଛନ୍ତି, ବ୍ୟକ୍ତିଗତ ଯାନବାହାନ ବ୍ୟବହାରକୁ କମ୍ କରିବା ପାଇଁ ୧ ନଭେମ୍ବର ୨୦୨୬ ରୁ ୨୮ ଫେବ୍ରୁଆରୀ ୨୦୨୭ ପର୍ଯ୍ୟନ୍ତ ଅନୁମୋଦିତ ପାର୍କିଂ ସ୍ଥାନଗୁଡ଼ିକରେ ପାର୍କିଂ ଫି ଦୁଇଗୁଣା କରାଯିବ । ତେବେ ଏହି ନିୟମ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ମାଲିକାନା ଏବଂ ପରିଚାଳିତ ପାର୍କିଂ ସ୍ଥାନରେ ଲାଗୁ ହେବ ନାହିଁ ।

Leave A Reply

Your email address will not be published.