ଲୋକଙ୍କୁ ମଦ ଓ କୁକୁଡ଼ା ବାଣ୍ଟିଲେ TRS ନେତା

0

ହାଇଦ୍ରାବାଦ: ନିର୍ବାଚନ ବେଳେ ସବୁ ରାଜନୀତିକ ଦଳ ଲୁଚାଛପାରେ ଲୋକଙ୍କୁ ମଦ ଓ ମାଂସ ବାଣ୍ଟିବା କଥା ଆପଣ ଜାଣିଥିବେ। ହେଲେ ନିର୍ବାଚନ ନଥିବା ବେଳେ ତେଲେଙ୍ଗାନାରେ କ୍ଷମତାସୀନ କେସିଆର ସରକାର ଲୋକଙ୍କୁ ଗୋଟା କୁକୁଡ଼ା ଓ ଗୋଟିଏ ଲେଖାଏ ମଦ ବୋତଲ ବାଣ୍ଟିଛି। ଏହି ମଦ ଓ କୁକୁଡ଼ା ଲୋକଙ୍କୁ ବାଣ୍ଟବା ବେଳର ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି।

ଆସନ୍ତାକାଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନିଜର ଜାତୀୟ ରାଜନୀତିକ ଦଳ ଲଞ୍ଚ କରିବେ। ଏହାର ଦିନକୁ ପୂର୍ବରୁ ତାଙ୍କ ଦଳର ଜଣେ ନେତା ମଦ ଓ କୁକୁଡ଼ା ବାଣ୍ଟିଛନ୍ତି। ସାମ୍ନାକୁ ଆସିଥିବା ଭିଡିଓରେ ତେଲେଙ୍ଗାନା ରାଷ୍ଟ୍ର ସମିତିର ନେତା ରାଜାନାଲା ଶ୍ରୀହରି ୱାରଙ୍ଗଲରେ ମଦ ଓ କୁକୁଡ଼ା ବାଣ୍ଟୁଛନ୍ତି। ଏଠାରେ କେସିଆରଙ୍କ ଗୋଟିଏ ବିରାଟ କଟଆଉଟ ରହିଛି।

Leave A Reply

Your email address will not be published.