ଭୁବନେଶ୍ୱର, କଳାରାହାଙ୍ଗ ଛକଠାରେ ଷ୍ଟେଲା ହେୟାର ଆଣ୍ଡ ସ୍କିନ୍ କ୍ଲିନିକ୍ ର ଶୁଭ ଉଦଘାଟନ ହୋଇଛି l ଏହି ଶୁଭ ଉଦଘାଟନୀ ଅବସରରେ ମୁଖ୍ୟ ଅତିଥି ଭାବେ ଓଲିଉଡ଼ ଅଭିନେତ୍ରୀ ଡାକ୍ତର ଭୂମିକା ଦାଶ ଦେଇଥିଲେ l ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଓଡିଶୀ ନୃତ୍ୟ ଶିଳ୍ପୀ ଗୌରୀଶଙ୍କର ଦାଶ, ଚଳଚ୍ଚିତ୍ର ପ୍ରଯୋଜକ ସଚ୍ଚିକାନ୍ତ ଜେନା ଯୋଗଦେଇଥିଲେ l ଆମନ୍ତ୍ରିତ ଅତିଥିମାନଙ୍କୁ ଏହି କ୍ଲିନିକର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଚଦ୍ର ଶେଖର ବେହେରା ଏବଂ ଶ୍ରୀମତୀ ପ୍ରାତୀଚୀ ବେହେରାଙ୍କ ସମେତ କ୍ଲିନିକର ଡାକ୍ତର ଏବଂ ସମସ୍ତ କର୍ମଚାରୀ ସ୍ୱାଗତ ଜଣାଇଥିଲେ l
“ଷ୍ଟେଲା ହେୟାର ଆଣ୍ଡ ସ୍କିନ କ୍ଲିନିକ୍”, କେଶ-ପୁନଃବୃଦ୍ଧି ଏବଂ ଚର୍ମ ପୁନରୁଦ୍ଧାର ସମାଧାନ ଖୋଜୁଥିବା ଲୋକଙ୍କ ପାଇଁ ଆଶା ଏବଂ ପରିବର୍ତ୍ତନର ପ୍ରତୀକ l ସୌନ୍ଦର୍ଯ୍ୟ ଏବଂ ଆତ୍ମବିଶ୍ୱାସକୁ ସଶକ୍ତ କରିବା ପାଇଁ ଏହି ସଂସ୍ଥାର ମିଶନକୁ ଜାରି ରଖି ଭୁବନେଶ୍ୱରରେ ଏହାର ଦ୍ଵିତୀୟ ଶାଖା ଶୁଭାରମ୍ଭ ହୋଇଛି । ଏହି କ୍ଲିନିକର ପ୍ରଥମ ଶାଖା ଗ୍ରାହକମାନଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରିଥିବାରୁ ଏହା ଉପରେ ଗ୍ରାହକମାନଙ୍କର ଭରସା ରଖିଛି l
ଯାହା ଫଳରେ କଳାରାହାଙ୍ଗ ଠାରେ ଦ୍ଵିତୀୟ ଶାଖା ଖୋଲିଛି l ଆଗକୁ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଏହାର କାୟା ବିସ୍ତାର ହେବାର ଲକ୍ଷ୍ୟ ରହିଛି ବୋଲି କ୍ଲିନିକର ପ୍ରତିଷ୍ଠାତା ପ୍ରକାଶ କରିଛନ୍ତି l ବହୁ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଏଠାରେ ଉନ୍ନତ ମାନର ଏବଂ ଆଧୁନିକ ପଦ୍ଧତିରେ ଚିକିତ୍ସା ପ୍ରଦାନ କରାଯାଉଛି l ତେବେ ଶୁଭ ଉଦଘାଟନ ଅବସରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଅଫର ରହିଛି l ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ୫୦ ପ୍ରତିଶତ ରିହାତି ରହିଥିବା କଥା ଷ୍ଟେଲା ହେୟାର ଆଣ୍ଡ ସ୍କିନ କ୍ଲିନିକର ସହ ପ୍ରତିଷ୍ଠାତ୍ରୀ ଶ୍ରୀମତୀ ପ୍ରାତୀଚୀ ବେହେରା ପ୍ରକାଶ କରିଛନ୍ତି l