ଆଜି ମା’ଙ୍କ ବିଜୟା ଦଶମୀ ଉତ୍ସବ: ସବୁଠି ଚାଲିଛି ମା’ଙ୍କ ପୂଜାର୍ଚ୍ଚନା

0

ନୂଆଦିଲ୍ଲୀ (ଆମ ଟିଭି): ଆଜି ହେଉଛି ପବିତ୍ର ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ବିଜୟ ଓ ଅଧର୍ମ ଉପରେ ଧର୍ମର ବିଜୟ । ଆଜି ସବୁ ମଣ୍ଡପରେ ଚାଲିଛି ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା । ବିଜୟାଦଶମୀରେ ଜଗତଜନନୀ ଦେବୀ ଦୁର୍ଗାଙ୍କର ପୂଜାର୍ଚ୍ଚନା ଚାଲିଛି । ସକାଳୁ ଉପଚାର ପୂଜା ପରେ ମା’ଙ୍କୁ ଆରାଧନା ଚାଲିଛି । ଏହାପରେ ଅପରାଜିତା ପୂଜା, ଅନ୍ନପୂର୍ଣ୍ଣା ଭିକ୍ଷା ଓ ଶେଷରେ ମଣ୍ଡପରେ ଘଟ ବିସର୍ଜନ ବିଧି ପାଳିତ ହେବ । ଚଣ୍ଡୀ ମାଆଙ୍କୁ ମହୀଷାମର୍ଦ୍ଦିନୀ ବେଶରେ ସଜ୍ଜିତ କରାଯିବ । ସଂଧ୍ୟାରେ ରାବଣପୋଡି ଅନୁଷ୍ଠିତ ହେବ ।

ତେବେ ମଣ୍ଡପରେ ମାଆଙ୍କୁ ପୂଜାର୍ଚ୍ଚନା କରିବା ସହ ଦର୍ଶନ କରୁଛନ୍ତି ଭକ୍ତ । ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିଲେ ମଧ୍ୟ ବର୍ଷାକୁ ଖାତିର ନକରି ମା’ଙ୍କୁ ଦର୍ଶନ କରିବା ପାଇଁ ଭିଡ ଜମାଉଛନ୍ତି ଭକ୍ତ । ବିଶେଷକରି ଦୀର୍ଘ ୨ ବର୍ଷ ପରେ ମା’ଙ୍କ ଦର୍ଶନ ମିଳୁଥିବାରୁ ସବୁ ଭକ୍ତଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳୁଛି । ଏହାସହ ଆଜି ବିଜୟା ଦଶମୀ ଅବସରରେ ବିଶେଷ ଆକର୍ଷଣ ରହିଛି ରାବଣପୋଡ଼ି ।

Leave A Reply

Your email address will not be published.