ବ୍ରହ୍ମପୁର : ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାର ଖୋଳତାଡ଼ । ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା । ଆଜି ଗୋଷାଣୀ ନୂଆଗାଁ ଥାନାରେ ହାଜର ହୋଇଛନ୍ତି । ଜେଲ୍ ଭିତରୁ ସାକ୍ଷୀଙ୍କୁ ଫୋନରେ ଧମକ ଦେଇଥିବା ଅଭିଯୋଗରେ ହାଜର ହୋଇଛନ୍ତି । ଜେଲରେ ଥିବାବେଳେ ଅଗଷ୍ଟ ୨୮ ତାରିଖରେ ସାକ୍ଷୀ ଲଳିତ ମଙ୍ଗରାଜଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।
ସେପ୍ଟେମ୍ବର ୧ରେ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟରୁ ବେଲ୍ ମିଳିବା ପରେ ସେଦିନ ଥାନାରେ ଏତଲା ଦେଇଥିଲେ ଲଳିତ । ଏନେଇ ବିକ୍ରମ ପଣ୍ଡାଙ୍କ ନାଁରେ ମାମଲା ରୁଜୁ କରିଥିଲା ପୋଲିସ। ପଚରାଉଚରା ପାଇଁ ନୋଟିସ୍ କରାଯାଇଥିଲା ।