ପାରାଦୀପ: ଗଭୀର ସମୁଦ୍ରରେ ଭାଙ୍ଗିଲା ବୋଟ । ଅଳ୍ପକେ ବର୍ତ୍ତିଲେ ୫ ମତ୍ସ୍ୟଜୀବୀ । ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଅଘଟଣ । ଉଚ୍ଚ ସମୁଦ୍ର ଲହଡ଼ିରେ ଭାଙ୍ଗିଲା ବୋଟ। ବୋଟ ଭାଙ୍ଗି ଦୁଇଫାଳ ହୋଇଗଲା । ଏକ ଟାପା ବୋଟ ସମୁଦ୍ରରୁ ମାଛ ଧରି ଫେରୁଥିବା ବେଳେ ସମୁଦ୍ର ମୁହାଣ ମୁହଁରେ ଉଚ୍ଚ ଲହଡ଼ି ମାଡ଼ ହେବାରୁ ବୋଟଟି ଦୁଇଫାଳ ହୋଇଗଲା । ତେବେ ମାଛ ଧରି ଫେରୁଥିବା ଅନ୍ୟ ଏକ ଟାପା ବୋଟ ସହାୟତାରେ ସୁରକ୍ଷିତ ଭାବେ ୫ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିଲା । ଏହାସହ ଭାଙ୍ଗିଥିବା ବୋଟକୁ ମଧ୍ୟ ଉଦ୍ଧାର କରାଯାଇ ଅଣାଯାଇଥିଲା ।