ଶାସନ ପରିବର୍ତ୍ତନ, ବାଂଲାଦେଶ… ରାହୁଲଙ୍କ ମନୋଭାବ ଲଜ୍ଜାଜନକ’, ସିଜେପି ଏବଂ ବିରୋଧୀ ଦଳ ନେତାଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ କକ୍ରୋଚ୍ ଜନତା ପାର୍ଟିର ବିରୋଧ ପ୍ରଦର୍ଶନକୁ ନେଇ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି । ସେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ ଲେଖି ଆନ୍ଦୋଳର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ସହିତ ସେ ଅଭିଯୋଗ କରିଛନ୍ତି ଯେ ଦେଶହିତ, ବ୍ୟବସ୍ଥା ସୁଧାରିବା ଏବଂ ଛାତ୍ରଙ୍କ ହିତ ନାଁରେ ଆରମ୍ଭ ହୋଇଥିବା ପ୍ରଦର୍ଶନର ପ୍ରକୃତ ଚରିତ୍ର ଏବେ ସାମନାକୁ ଆସିଛି ।
ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, ‘ଦେଶହିତ, ବ୍ୟବସ୍ଥାକୁ ଠିକ୍ କରିବା ଦାବି ଏବଂ ଛାତ୍ରଙ୍କ ହିତ ନାଁରେ ଆରମ୍ଭ ହୋଇଥିବା ଆନ୍ଦୋଳର ପ୍ରକୃତ ଚରିତ୍ର ଏବେ ଆଉ ଅଛପା ନାହିଁ । ଖୋଲାଖୋଲି ଭଊାବେ କ୍ଷମତା ପରିବର୍ତ୍ତନ ଏବଂ ବାଂଲାଦେଶରୁ ପ୍ରେରଣା ନେବା କରିବା ସ୍ପଷ୍ଟ କରୁଛି ଯେ ଏହା ଛାତ୍ରଙ୍କ ଆଢ଼ୁଆଳରେ କେବଳ ଦେଶରେ ଅରଜାକତା ସୃଷ୍ଟି କରିବା ଏବଂ ରାଜନୈତିକ ବ୍ୟବସ୍ଥାକୁ ଅସ୍ଥିର କରିବା ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର ଅଟେ ।’