ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଦିଲ୍ଲୀ ଉପରାଜ୍ୟପାଳଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି। ଦିନକୁ ଦିନ ଏହା ଉଗ୍ର ରୂପ ଧାରଣ କରୁଛି। ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲ, ଉପରାଜ୍ୟପାଳଙ୍କୁ ନେଇ କହିଛନ୍ତି ସେ ତାଙ୍କୁ ଗାଳି କରୁଛନ୍ତି । ତାଙ୍କୁ ବର୍ତ୍ତମାନ ଟିକେ ଶାନ୍ତ ରହିବାର ଆବଶ୍ୟକତା ରହିଛି ।
ଅରବିନ୍ଦ ନିଜର ଟ୍ୱିଟରେ ଲେଖିଛନ୍ତି, ଏଲଜି ସାହେବ ମୋତେ ପ୍ରତ୍ୟେକ ଦିନ ଗାଳି କରୁଛନ୍ତି । ସେ ଯେତିକି ଗାଳି କରୁଛନ୍ତି ମୋ ସ୍ତ୍ରୀ ମଧ୍ୟ ମୋତେ ସେହି ପରିମାଣର ଗାଳି କରୁନଥିବେ । ଗତ ୬ ମାସ ମଧ୍ୟରେ ଉପରାଜ୍ୟପାଳ ଯେତିକି ଚିଠି ଲେଖିଛନ୍ତି, ସାରା ଜୀବନରେ ମୋର ପତ୍ନୀ ମୋତେ ସେତିକି ପତ୍ର ଲେଖିନଥିବେ । ବର୍ତ୍ତମାନ ଏଲଜି ସାହେବକୁ ଟିକେ ଶାନ୍ତିରେ ରହିବା ଦରକାର । ନିଜର ସୁପର ବସଙ୍କୁ ମଧ୍ୟ ଟିକେ କୁହନ୍ତୁ ଶାନ୍ତିରେ ବସିବେ । ଅରବିନ୍ଦ ନାଁ ନନେଇ ଉପରାଜ୍ୟପାଳଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ।