ନୂଆଦିଲ୍ଲୀ (ଆମ ଟିଭି): ୨୦୨୪ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଅଣ୍ଟା ଭିଡିଲେନି। ଏହାରି ଭିତରେ ମିଶନ ୨୦୨୪ ପାଇଁ କଂଗ୍ରେସ ଚଳାଇଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଆଉ ରାହୁଲ ଗାନ୍ଧୀଙ୍କ ସହ କର୍ଣ୍ଣାଟକ ମାଣ୍ଡ୍ୟାରେ ପଦଯାତ୍ରା କରିଛନ୍ତି । ଭାରତ ଯୋଡୋ ଯାତ୍ରାରେ ସୋନିଆ ସାମିଲ ହେବା ପରେ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।
ପଦଯାତ୍ରାରେ ସୋନିଆ ସାମିଲ ହେବା କର୍ମୀଙ୍କ ମନୋବଳକୁ ବଢାଇଥିବା ବେଳେ ଆଜି ରାହୁଲଙ୍କ ସହ ଭାରତ ଯୋଡ ଯାତ୍ରାରେ ସାମିଲ ହେବେ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । ପ୍ରିୟଙ୍କା ମହୀଶୂରରେ ପହଞ୍ଚି ସାରିଥିବା ବେଳେ ଆଜି ଭାରତ ଯୋଡ ଯାତ୍ରାରେ ସାମିଲ ହେବ । ଗତକାଲି ସୋନିଆ ଗାନ୍ଧୀ ପଦଯାତ୍ରା କରିବାବେଳେ କେତେକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ।