ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର ସମ୍ମାନ ଉତ୍ସବ–୨୦୨୬

0

ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଓ ନୃତ୍ୟ ଅନୁଷ୍ଠାନ ‘ଉତ୍କଳିକା’ ତରଫରୁ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର ସମ୍ମାନ ଉତ୍ସବ–୨୦୨୬ ଆସନ୍ତା ଅକ୍ଟୋବର ୨୩ ତାରିଖ, ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ ରିଜିଓନାଲ ସାଇନ୍ସ ସେଣ୍ଟର ଅଡିଟୋରିୟମ୍‌ଠାରେ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ କଳାକାର ଅଂଶଗ୍ରହଣ କରି ନିଜ ନିଜର ନୃତ୍ୟ ଓ ସଙ୍ଗୀତ ପ୍ରତିଭା ପ୍ରଦର୍ଶନ କରିଲେ।

ଏହି ଅବସରରେ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ପଣ୍ଡିତ ଆର୍ତ୍ତତ୍ରାଣ ଶତପଥୀ, ସଂସ୍କୃତ ଓ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ପଣ୍ଡିତ ଦୁଃଖିଶ୍ୟାମ ପଟ୍ଟନାୟକ ଏବଂ ଲୋକକଳା କ୍ଷେତ୍ରରେ ପଣ୍ଡିତ ଉପେନ୍ଦ୍ର ପାଣିଗ୍ରାହୀଙ୍କୁ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର ସମ୍ମାନ–୨୦୨୬ରେ ସମ୍ମାନିତ କରାଗଲା।

ସେହିପରି ସଂସ୍କୃତ ଓ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଶ୍ରୀ ଜଗନ୍ନାଥ ରଥ ଏବଂ ମର୍ଦ୍ଦଳ ବାଦନ କ୍ଷେତ୍ରରେ ଶ୍ରୀଯୁକ୍ତ ସୀତାକାନ୍ତ ଜେନାଙ୍କୁ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର ଯୁବ ପ୍ରତିଭା ସମ୍ମାନ–୨୦୨୬ ପ୍ରଦାନ କରାଯିବ। ଏଥିସହ ବିଶିଷ୍ଟ ପାଲା ଗାୟକ ଗୁରୁ ଶ୍ରୀ ଅମରେନ୍ଦ୍ର ପଟ୍ଟନାୟକଙ୍କୁ ଉତ୍କଳିକା ସମ୍ମାନ–୨୦୨୬ରେ ସମ୍ମାନିତ କରାଗଲା।

ଓଡ଼ିଶାର କଳା, ସଂସ୍କୃତି ଓ ନୃତ୍ୟ ପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ ଶ୍ରୀ ଶେଖର ସୁମନ ମାଝି ୨୦୧୪ ମସିହାଠାରୁ ‘ଉତ୍କଳିକା’ ମାଧ୍ୟମରେ ଏହି ଉତ୍ସବ ଆୟୋଜନ କରିଆସୁଛନ୍ତି। ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ, ଅଷ୍ଟାବଧାନୀ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ରଙ୍କ ସ୍ମୃତି ଓ କଳାସାଧନାକୁ ଚିରସ୍ମରଣୀୟ କରି ରଖିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ।

ଏହି ସାଂସ୍କୃତିକ ଉତ୍ସବରେ ଗୁରୁ ଡ. ଗୀତା ବେହେରା ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଲେ। ଏଥିସହ ଉତ୍କଳିକା ନୃତ୍ୟ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ମଧ୍ୟ ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରି ଦର୍ଶକମାନଙ୍କୁ ମନୋରଞ୍ଜନ କରିଲେ। ଏହି ଉତ୍ସବ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଶାସ୍ତ୍ରୀୟ ପରମ୍ପରାର ସଂରକ୍ଷଣ ସହିତ ବିଶିଷ୍ଟ କଳାସାଧକମାନଙ୍କୁ ସମ୍ମାନ ଜଣାଇବା ଏବଂ ନୂତନ ପିଢ଼ି ମଧ୍ୟରେ କଳା ପ୍ରତି ଆଗ୍ରହ ସୃଷ୍ଟି କରିବାର ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ।

Leave A Reply

Your email address will not be published.