ଦୀପାବଳିରେ ଦର୍ଶକଙ୍କୁ ଜୀ ସାର୍ଥକର ଭେଟି: ଆସୁଛି ସବୁଠାରୁ ବଡ଼ ଆୱାର୍ଡ ଶୋ’ ‘ଜୀ ସାର୍ଥକ ସଂସାର ଆୱାର୍ଡ ୨୦୨୬’*

0

ନିଜର ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଏବଂ ଓଡ଼ିଆ କଳା, ସଂସ୍କୃତି ତଥା ପାରିବାରିକ ମୂଲ୍ୟବୋଧକୁ ନେଇ ସବୁବେଳେ ଦର୍ଶକଙ୍କ ହୃଦୟ ଜିଣି ଆସିଛି ଓଡ଼ିଶାର ଲୋକପ୍ରିୟ ଚ୍ୟାନେଲ୍ ଜୀ ସାର୍ଥକ। ଏବେ ଦର୍ଶକଙ୍କ ପାଇଁ ଏହା ନେଇ ଆସୁଛି ଓଡ଼ିଶା ମନୋରଞ୍ଜନ ଜଗତର ସବୁଠାରୁ ବଡ଼ ଆୱାର୍ଡ ଶୋ’ ‘ଜୀ ସାର୍ଥକ ସଂସାର ଆୱାର୍ଡ ୨୦୨୬’, ଯାହା ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି।

ଭାରତର ଗଣପର୍ବ ଦୀପାବଳିକୁ ଆହୁରି ମନୋରଞ୍ଜକ କରିବା ପାଇଁ ଜୀ ସାର୍ଥକ ପରିବାରର ଏହି ସବୁଠାରୁ ବଡ଼ ଉତ୍ସବ ପ୍ରସ୍ତୁତ ରହିଛି। ଆସନ୍ତା ନଭେମ୍ବର ୧ ତାରିଖ ସନ୍ଧ୍ୟା ୬:୩୦ ମିନିଟ୍‌ରେ କେବଳ ଜୀ ସାର୍ଥକରେ ଏହି ମେଗା ଇଭେଣ୍ଟର ଟେଲିକାଷ୍ଟ ହେବାକୁ ଯାଉଛି। ଏହି ଉତ୍ସବରେ ସାର୍ଥକ ସଂସାରର ସମସ୍ତ ମେଗା ଧାରାବାହିକ ଓ ଅନ୍ୟାନ୍ୟ ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମର ପ୍ରିୟ କଳାକାରମାନେ ଯୋଗ ଦେଇ ନିଜର ଚିତ୍ତାକର୍ଷକ ପ୍ରଦର୍ଶନ କରିବେ।

 

ଏହି ଆୱାର୍ଡ ଶୋ’କୁ ଆହୁରି ଝଲସାଇବା ପାଇଁ ଓଲିଉଡର ନାମୀଦାମୀ କଳାକାରମାନଙ୍କର ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିବ। ଅର୍ଚ୍ଚିତା, ସ୍ୱରାଜ, ସୁପ୍ରିୟା ଓ ଶୈଳେନ୍ଦ୍ରଙ୍କ ଭଳି ତାରକା ଏଥିରେ ସାମିଲ ହେବେ। ବିଶେଷ ଆକର୍ଷଣ ଭାବରେ, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଲିଉଡର ଲୋକପ୍ରିୟ ତାରକା ଏଲିନା ସାମନ୍ତରାୟ ଓ ସବ୍ୟସାଚି ମିଶ୍ର ଯୋଗଦେବେ।

 

ଏହି ମେଗା ଇଭେଣ୍ଟ ସମ୍ପର୍କରେ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର୍ ଶ୍ରୀଯୁକ୍ତ ରାହୁଲ୍ ରାଓ କହିଛନ୍ତି ଯେ, “ଜୀ ସାର୍ଥକ ସବୁବେଳେ ଓଡ଼ିଶାର ଦର୍ଶକଙ୍କୁ ଉନ୍ନତ ମାନର ମନୋରଞ୍ଜନ ପ୍ରଦାନ କରିବାକୁ ପ୍ରୟାସ କରିଆସିଛି। ଆମର ‘ଜୀ ସାର୍ଥକ ସଂସାର ଆୱାର୍ଡ’ ହେଉଛି ଆମ କଳାକାର ଓ ଦର୍ଶକମାନଙ୍କର ଏକ ବିରାଟ ପରିବାରର ମିଳନ ପର୍ବ। ମୁଁ ଓଡ଼ିଶାର ସମସ୍ତ ଦର୍ଶକବନ୍ଧୁମାନଙ୍କୁ ଅନୁରୋଧ କରୁଛି ଯେ, ଆସନ୍ତା ନଭେମ୍ବର ୧ ତାରିଖ ସନ୍ଧ୍ୟା ୬:୩୦ ରେ ଆପଣମାନେ ସପରିବାର ନିଶ୍ଚୟ ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ଦେଖନ୍ତୁ ଏବଂ ନିଜର ଦୀପାବଳି ଉତ୍ସବକୁ ଆହୁରି ଖାସ୍ ତଥା ଆନନ୍ଦମୟ କରନ୍ତୁ।”

Leave A Reply

Your email address will not be published.