ନଭେମ୍ବର ୧୮ ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ, ୩୧ ଡିସେମ୍ବର ଯାଏ ଚାଲିବ

0

ଭୁବନେଶ୍ୱର : ନଭେମ୍ବର 18 ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର 17 ତମ ଅଧିବେଶନ । ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ଶୀତକାଳୀନ ଅଧିବେଶନ । ନଭେମ୍ବର 18 ରେ ବିଧାନସଭାରେ ଉପସ୍ଥାପିତ ହେବ ପ୍ରଥମ ଅତିରିକ୍ତ ବଜେଟ୍ । ନଭେମ୍ବର ୨୫ରୁ ୨୭ ମଧ୍ୟରେ ଅତିରିକ୍ତ ବ୍ୟୟବରାଦର ଖର୍ଚ୍ଚ ଦାବି ଉପରେ ଆଲୋଚନା ଓ ବିତର୍କ ହେବ।

ନଭେମ୍ବର ୩୦ରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟବରାଦ ସମ୍ପର୍କିତ ବିନିଯୋଗ ବିଲ୍ ଗୃହରେ ଉପସ୍ଥାପିତ ହେବ।  ସମୁଦାୟ 44 ଦିନ ମଧ୍ୟରେ ରହିଛି 33 ଟି କାର୍ଯ୍ୟ ଦିବସ ।

Leave A Reply

Your email address will not be published.