କୋଟିଆ ପାଇଁ ଏକାଠି ହେଲେ ସବୁ ଦଳ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ
କୋଟିଆ ପାଇଁ ଏକାଠି ହେଲେ ସବୁ ଦଳ । କୋଟିଆକୁ ନେଇ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ । କୋଟିଆ ପଞ୍ଚାୟତର ବିକାଶ ସହ ଆନ୍ଧ୍ର ପ୍ରଦେଶ ପକ୍ଷରୁ କୋଟିଆରେ ନିର୍ବାଚନ କରାଇବା ଉଦ୍ୟମକୁ ରୋକିବା ନେଇ ବୈଠକରେ ଆଲୋଚନା ଚାଲିଛି । ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଅଛନ୍ତି । କୋରାପୁଟ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ସାଂସଦଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ବୈଠକରେ ସାମିଲ ହୋଇଛନ୍ତି । କୋଟିଆର ବିକାଶ, ସ୍ଥାନୀୟ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ଏବଂ ଆନ୍ଧ୍ର ପ୍ରଦେଶର ନିର୍ବାଚନୀ ଉଦ୍ୟମର ମୁକାବିଲାକୁ ନେଇ ବୈଠକରେ ଆଲୋଚନା ହୋଇଛି ।