ଆସୁଛି ଆଉ ଗୋଟିଏ ବାତ୍ୟା ! ଅର୍ଣ୍ଣବ ଗଲା,ଆସୁଛି ମୁରାସୁ ! କେଉଁ କେଉଁ ଅଞ୍ଚଳ ହୋଇପାରେ ପ୍ରଭାବିତ?
୪ ଦିନ ହୋଇନି ବାତ୍ୟା ଅର୍ଣ୍ଣବକୁ ଯିବାର ଏବେ ପୁଣି ଟେନସନ୍ ଦେଲାଣି ଆଉ ଗୋଟିଏ ବାତ୍ୟା । ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ । ଏହାର ପ୍ରଭାବରେ ଆଗାମୀ ୬ ଘଣ୍ଟା ଭିତରେ ଅବପାତ ଅନୁମାନ ଏବଂ ୨୪ ଘଣ୍ଟା ଭିତରେ ପୁଣି ବାତ୍ୟା ସମ୍ଭାବନା । ନଭେମ୍ବର ୨ ତାରିଖରେ ଆସୁଛି ବାତ୍ୟା । ଅର୍ଣ୍ଣବକୁ ଅତି ପାଖରେ ଅନୁଭବ କରିଥିବା ଲୋକଙ୍କ ମନରେ ଧୀରେ ଧୀରେ ବଢ଼ୁଛି ବାତ୍ୟା ଆଶଙ୍କା । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଏବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ନିକଟବର୍ତ୍ତୀ ଅଞ୍ଚଳରେ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ଅର୍ଥାତ୍ ଅକ୍ଟୋବର ୩୧ ତାରିଖ ସକାଳ ୮ଟା ୩୦ ସୁଦ୍ଧା ଲଘୁଚାପଟି ଅଧିକ ଘନୀଭୂତ ହୋଇ ସୁସ୍ପଷ୍ଟ ଲଘୁଚାପର ରୂପ ନେଇଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।