ଦ୍ୱିତୀୟ ବିବାହ କଲେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ;ସାମ୍ବାଦିକା ନିଧି ରାଜଦାନଙ୍କ ଧରିଲେ ହାତ

0

ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ଜୀବନରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ । ସାମ୍ବାଦିକା ନିଧି ରାଜଦାନଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଉମର । ନିଜେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ବିବାହର ଫଟୋ ସେୟାର କରି ଏହି ଖବର ଜଣାଇଛନ୍ତି । ତାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ବିବାହ ସମ୍ପର୍କିତ ଫଟୋ ସେୟାର କରି ଲେଖିଛନ୍ତି, ‘ଗତକାଲି ଏକ ନୂଆ ଯାତ୍ରାର ଆରମ୍ଭ ହେଲା ।’ ଉମର ଓ ନିଧିଙ୍କ ସମ୍ପର୍କକୁ ନେଇ ଗତ କିଛି ସମୟ ଧରି ଚର୍ଚ୍ଚା ହେଉଥିଲା । ନିଧି ରାଜଦାନ ଏହା ପୂର୍ବରୁ ମଧ୍ୟ ଉମର ଅବଦୁଲ୍ଲାଙ୍କ ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମ ଏବଂ ଶପଥ ଗ୍ରହଣ ସମାରୋହରେ ନଜର ଆସିଥିଲେ ।

ପ୍ରଥମ ପତ୍ନୀଙ୍କ ସହ ହୋଇଥିଲା ଛାଡ଼ପତ୍ର

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଉମର ଅବଦୁଲ୍ଲାଙ୍କର ପ୍ରଥମ ପତ୍ନୀ ପାୟଲ ଅବଦୁଲ୍ଲାଙ୍କ ସହ ଛାଡ଼ପତ୍ର ହୋଇଥିଲା। ଉଭୟ ପକ୍ଷଙ୍କ ସହମତିରେ ସୁପ୍ରିମକୋର୍ଟରେ ଏହି ଛାଡ଼ପତ୍ର ପ୍ରକ୍ରିୟା ଶେଷ ହୋଇଥିଲା । ୧୯୯୪ ମସିହା ସେପ୍ଟେମ୍ବରରେ ଉମର ଓ ପାୟଲଙ୍କ ବିବାହ ହୋଇଥିଲା। ତେବେ ଦୀର୍ଘ ସମୟ ଧରି ଉଭୟ ଅଲଗା ରହୁଥିଲେ ।

Leave A Reply

Your email address will not be published.