ଦୀପାବଳିରେ ବାଣ ଫୁଟାଇବାକୁ OSPCBର ଗାଇଡଲାଇନ୍, ସବୁଜ ବାଣ ବ୍ୟବହାର ଉପରେ ଗୁରୁତ୍ୱ ।

0

ଦୀପାବଳିରେ ବାଣ ଫୁଟାଇବାକୁ OSPCBର ଗାଇଡଲାଇନ୍, ସବୁଜ ବାଣ ବ୍ୟବହାର ଉପରେ ଗୁରୁତ୍ୱ ।ଦୀପାବଳିକୁ ଆନନ୍ଦ ଓ ଉତ୍ସାହର ସହ ପାଳନ କରିବା ସହ ପରିବେଶର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB) । ଏଥିପାଇଁ ବାଣ ଫୁଟାଇବାକୁ ନେଇ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି ହୋଇଛି। ଏହି ନିୟମରେ ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ ରୋକିବା ସହ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି ।

ଗାଇଡଲାଇନ୍ ଅନୁଯାୟୀ, ଦୀପାବଳିରେ କେବଳ ଅନୁମୋଦିତ ସବୁଜ ବାଣ ବ୍ୟବହାର କରିବାକୁ କୁହାଯାଇଛି । ବାଣ କିଣିବା ପୂର୍ବରୁ ତାହା ଅସଲି ଓ ଅନୁମୋଦିତ କି ନୁହେଁ, ଯାଞ୍ଚ କରିବା ଜରୁରୀ । ଏଥିପାଇଁ ବାଣ ପ୍ୟାକେଟରେ CSIR-NEERIର ଲୋଗୋ ଓ QR କୋଡ୍ ରହିଛି କି ନାହିଁ ଦେଖିବାକୁ ପରାମର୍ଶ ଦିଆଯାଇଛି । ବାଣ ତିଆରିରେ ବାରିୟମ୍ ଓ ଅନ୍ୟ ନିଷିଦ୍ଧ ରାସାୟନିକ ପଦାର୍ଥ ବ୍ୟବହାର ଉପରେ ରହିଛି କଟକଣା ।

ସେହିପରି ଅଧିକ ଶବ୍ଦ କରୁଥିବା ବାଣ ନଫୁଟାଇବାକୁ କୁହାଯାଇଛି । ହସ୍ପିଟାଲ, ସ୍କୁଲ, କଲେଜ ଓ ଅନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ବାଣ ଫୁଟାଇବାରୁ ଦୂରେଇ ରହିବା ଆବଶ୍ୟକ । ବାଣ ଫୁଟାଇବା ପାଇଁ ସବୁବେଳେ ଖୋଲା ଓ ସୁରକ୍ଷିତ ସ୍ଥାନ ବାଛିବା ଉଚିତ । ଛୋଟ ପିଲାମାନେ ବାଣ ଫୁଟାଉଥିବା ସମୟରେ ବଡ଼ମାନେ ସେମାନଙ୍କ ଉପରେ ନଜର ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।ଯଦି କୌଣସି ବାଣ ଫୁଟି ନଥାଏ, ତେବେ ତାହାକୁ ପୁଣିଥରେ ଜଳାଇବାକୁ ଚେଷ୍ଟା ନକରିବାକୁ କୁହାଯାଇଛି । କାରଣ ଏହାଦ୍ୱାରା ଦୁର୍ଘଟଣା ଘଟିବାର ଆଶଙ୍କା ଯଥେଷ୍ଟ ବଢ଼ିଥାଏ ।

Leave A Reply

Your email address will not be published.