ଭୋରୁ ଭୂକମ୍ପରେ ଦୋହଲିଲା ନେପାଳ, ତୀବ୍ରତା ୪.୯

0

ଲଗାତାର ଭାବେ ସାରା ବିଶ୍ବରେ ଭୂକମ୍ପ ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ପୁଣି ନେପାଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୪.୯ ଥିବା ସୂଚନା ମିଳିଛି । ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।

NCS ସୂଚନାନୁଯାୟୀ, ଗୁରୁବାର ଅର୍ଥାତ୍ ଆଜି ଭୋର ସମୟରେ ପଡୋଶୀ ଦେଶ ନେପାଳ ଭୂକମ୍ପରେ ଥରି ଉଠିଥିଲା । ଭୂକମ୍ପ ପ୍ରାୟ ଭୋର ୪ଟା ୩୦ ମିନିଟରେ ଅନୁଭୂତ ହୋଇଥିବା ଜଣାପଡିଛି । ଯାହାର ତୀବ୍ରତା ୪.୯ ଥିବା ରିକ୍ଟର ସ୍କେଲରେ ମପାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୭୩ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା । ଯାହା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଥିଲା ।

Leave A Reply

Your email address will not be published.