ମଛଲିପାଟନମ୍ ଓ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ‘ଅକଭାନ୍‌’

0

ବାତ୍ୟା ‘ଅକଭାନ୍‌’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକଭାନ’ ଧୀରେ ଧୀରେ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଭାରତୀୟ ପାଣିପାଗ ବିଭାଗ (IMD) ର ସଦ୍ୟତମ ସୂଚନା ଅନୁଯାୟୀ, ଏହା ଆନ୍ଧ୍ରପ୍ରଦେଶର ମଛଲିପାଟନମ୍ ଓ ଓଡ଼ିଶାର ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ ରୁ ୧୦୦ କିଲୋମିଟର ରହିବା ସହ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ବହିବାର ଆଶଙ୍କା ରହିଛି।

ମିଳିଥିବା ସୂଚନା ଅନୁଯାୟୀ,  ଆଜି ସକାଳ ୮ଟା ୩୦ ସୁଦ୍ଧା ବାତ୍ୟା ‘ଆକଭାନ୍’ ଦକ୍ଷିଣ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି। ଏହା ବିଶାଖାପାଟଣାରୁ ୫୮୦ କି.ମି., ମଛଲିପାଟନମରୁ ୫୯୦ କି.ମି., ଗୋପାଳପୁରରୁ ୭୧୦ କି.ମି. ଏବଂ ପୁରୀଠାରୁ ପ୍ରାୟ ୭୭୦ କି.ମି. ଦୂରରେ ରହିଛି। ଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି।

ଏହା ମଛଲିପାଟନମ ଏବଂ ପୁରୀ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ଥିବା ବେଳେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ପ୍ରତି ସତର୍କତା ଜାରି ହୋଇଛି ।

Leave A Reply

Your email address will not be published.