ଗଞ୍ଜାମର ବିଭିନ୍ନ ଗ୍ରାମବାସୀଙ୍କୁ ସ୍ଥାନାନ୍ତରିତ କଲା ଜିଲ୍ଲା ପ୍ରଶାସନ

0

ବାତ୍ୟା ଆକବାନ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି। ଯେପରି ଏହି ବାତ୍ୟାରେ କେହି ମୃତାହତ ନ ହେବେ ସେଥିପାଇଁ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ଏପରି କ୍ଷେତ୍ରରେ ଗଂଜାମ ଜିଲ୍ଲା ପ୍ରଶାସନ ପ୍ରଭାବିତ ଆଶଙ୍କା ଥିବା ବିଭିନ୍ନ ଗ୍ରାମର ଗ୍ରାମବାସୀଙ୍କୁ ସ୍ଥାନାନ୍ତରିତ ପକ୍ରିୟା ଆରମ୍ଭ କରିଛି। ଆଜି ସକାଳୁ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ଗ୍ରାମବାସୀଙ୍କୁ ବାତ୍ୟା ଆଶ୍ରୟସ୍ଥଳ କିମ୍ବା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରୁଛନ୍ତି।

ଆଜି ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ଦୁର୍ଗମ ଅଙ୍କୁଲି ଗ୍ରାମ ପଞ୍ଚାୟତର ଏଲାଗାଲ ଓ ସିରିଷିଗଣ୍ଡା ଗ୍ରାମର ବାସିନ୍ଦାମାନଙ୍କୁ  ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇ ଏକ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ସେଠାରେ ସେମାନଙ୍କୁ ବାତ୍ୟା ଥମିବା ପର୍ଯ୍ୟନ୍ତ ରଖାଯିବା ସହିତ ଖାଦ୍ୟପାନୀୟ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ପକ୍ରିୟା ଆଜି ସଂଧ୍ୟା ପର୍ଯ୍ୟନ୍ତ ଲାଗିରହିବ ବୋଲି ଜଣାପଡିଛି।

Leave A Reply

Your email address will not be published.