ପୁଣି ବଢିଲା ପିଏନଜି ଓ ସିଏନଜିର ମୂଲ୍ୟ
ନୂଆଦିଲ୍ଲୀ (ଆମ ଟିଭି): ଦେଶରେ ଦରବୃଦ୍ଧି ଏବେ ଉପରମୁହାଁ । ବିଭିନ୍ନ ଦ୍ରବ୍ୟ ଓ ଜିନିଷର ଦରଦାମ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ଭିତରେ ପୁଣି ବଢିଛି ସିଏନଜି ଓ ପିଏନଜି ମୂଲ୍ୟ ବୃଦ୍ଧି। ରାଜଧାନୀରେ ସିଏନଜି ଦର କେଜି ପ୍ରତି ୩ଟଙ୍କା ବଢିଥିବା ବେଳେ ସିଏନଜି କିଲୋ ପ୍ରତି ୭୮.୬୧ରେ ପହଞ୍ଚିଛି। ସେହିପରି ଗୁରୁଗ୍ରାମରେ କିଲୋ ପିଛା ୮୬.୯୪ରେ ପହଞ୍ଚିଛି। ନୋଏଡା, ଗ୍ରେଟର ନୋଏଡା, ଗାଜିଆବାଦରେ ମୂଲ୍ୟ ୭୮.୬୧ରେ ପହଞ୍ଚିଛି। ଦେଶର ରାଜଧାନୀ ଦିଲ୍ଲୀରେ ସିଏନଜି ଏବଂ ପାଇପ୍ ମାଧ୍ୟମରେ ବଣ୍ଟାଯାଇଥିବା ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟ ୩ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। ଆମଦାନୀ ହୋଇଥିବା ପ୍ରାକୃତିକ ଗ୍ୟାସର ମୂଲ୍ୟ ବୃଦ୍ଧି ପରେ ଏହି ବୃଦ୍ଧି କରାଯାଇଛି। କେଜି ପିଛା ସିଏନଜି ମୂଲ୍ୟ ୩ ଟଙ୍କା ବୃଦ୍ଧି କରାଯାଇଛି। ଗତ ଚାରି ମାସ ମଧ୍ୟରେ ପ୍ରଥମ ଥର ପାଇଁ ସିଏନଜିର ମୂଲ୍ୟ ବୃଦ୍ଧି କରାଯାଇଛି ।
ଦୁଇ ମାସର ବ୍ୟବଧାନ ପରେ ପିଏନଜି ମଧ୍ୟ ମଧ୍ୟ ଷ୍ଟାଣ୍ଡାର୍ଡ କ୍ୟୁବିକ୍ ମିଟର ପିଛା ୩ ଟଙ୍କା ବୃଦ୍ଧି ପାଇଛି। । ସୂଚନା ଅନୁଯାୟୀ, ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳରେ ସିଏନଜି ମୂଲ୍ୟ ବର୍ତ୍ତମାନ କିଲୋଗ୍ରାମରେ ୭୮.୬୧ ଟଙ୍କା ରହିଛି। ଚଳିତ ବର୍ଷ ମାର୍ଚ୍ଚ ୭ ଠାରୁ ମୂଲ୍ୟରେ ଏହା ହେଉଛି ୧୪ ତମ ବୃଦ୍ଧି। ଶେଷ ଥର ପାଇଁ ମେ ୨୧ ରେ କିଲୋଗ୍ରାମ ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିଲା।