ଓଡିଆ “ପ୍ରେମରେ ରିସ୍କ ହେଲା ମୋତେ ଇସ୍କ” କଲ୍ୟାଣମଣ୍ଡପ ରେ ଶୁଭମୁକ୍ତି 

0

ନୟାଗଡ଼ ଓଡଗାଁ କଲ୍ୟାଣମଣ୍ଡପରେ ଓଡ଼ିଆ ସିନେମା “ପ୍ରେମରେ ରିସ୍କ ହେଲା ମତେ ଇସ୍କ” ମୁକ୍ତିଲାଭ କରି ଦର୍ଶକାଦୃତ ହୋଇଛି।

ସିଙ୍ଗଲ୍ ସ୍କ୍ରିନ୍ କି ମଲ୍ଟିପ୍ଲେକ୍ସ ନୁହେଁ ସରକାରୀ କଲ୍ୟାଣମଣ୍ଡପରେ ଚାଲିଛି ସିନେମା। ୭ଦିନ ପାଇଁ ଟିକଟ ବି ସବୁ ବିକ୍ରି ସରିଛି ।ସିନେମା ମୁକ୍ତିଲାଭ କରିଛି ଖୋଦ୍ ପ୍ରଯୋଜକଙ୍କ ନିଜ ଗାଁ ଓଡଗାଁରେ।ଆଗରୁ ବାବୁଶାନ୍ ଙ୍କ ଅଭିନୀତ ଓ ବହୁ ପ୍ରତିକ୍ଷିତ ଓଡିଆ ଚଳଚ୍ଚିତ୍ର ଦମନ ର ପ୍ରଯୋଜକ ପ୍ରଥମେ ରଜ ଓ ପରେ ଦଶହରା ରେ ମୁକ୍ତିଲାଭ ପାଇଁ ଘୋଷଣା ପରେ ବି ସିଣ୍ଡିକେଟ୍ ଓ କୈଣସି ବିତରକ ହଲ୍ ନ‌ ଦେବାରୁ ସିନେମା ପ୍ରେକ୍ଷାଳୟକୁ ଆସିପାରି ନଥିଲା।

ୟୁ ଏସ ମୋସନ ପିକ୍ଚର୍ସ ଓ କେ ମୁରଲୀ କ୍ରିଷ୍ଣା ଫିଲ୍ମସ ମିଳିତ ସହଯୋଗରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାଇତ୍ୱରେ ରହିଛନ୍ତି ସଞ୍ଜୟ ପାତ୍ର ଓ ଉମେଶ ସାହୁ | ସିନେମାର ନିର୍ଦ୍ଦେଶନା ଦେଇଛନ୍ତି କେ ମୁରଲୀ କ୍ରିଷ୍ଣା | ଡ଼ଃ ରଜନୀ ରଞ୍ଜନ ସିନେମାର ସଂଳାପ ଲେଖିଥିବା ବେଳେ ସଞ୍ଜୟ ଓ ସିତୁ

ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି‌ ଓ‌ ଚିତ୍ରୋତ୍ତଳନ କରିଛନ୍ତି ନରେନ୍ଦ୍ର  ଗୈଡ । କ୍ରିଷ୍ଣା ବେଉରା, ହ୍ୟୁମାନ ସାଗର, ଅସୀମା ପଣ୍ଡା, କୁଳଦୀପ, ଅର୍ପିତା, ସତ୍ୟଜିତ, ନାଭ୍ୟା, ଲିପ୍ସା, ସୁଶାନ୍ତ ପ୍ରମୁଖ କଣ୍ଠଦାନ କରିଛନ୍ତି | ସତ୍ୟାନନ୍ଦ ନାୟକ, ଉମେଶ ସାହୁ, ଏମ ଜେବି ବଣ୍ଟି ଗୀତ ରଚନା କରିଥିବା ବେଳେ ସୁରୟନ ରଥ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ।

ଶୈଳେନ୍ଦ୍ର ଓ ଦିବ୍ୟା ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି | ଟୁଲୁ, ଶୁଭ୍ରାଂଶୁ, ଚିନ୍ତାମଣୀ, ଅଞ୍ଜନା, ରବି ମିଶ୍ର, ରତନ ମେହେର, ବିଜୟ ବଳ,କାଳିଆ ଷଣ୍ଢ ପ୍ରମୁଖ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି | ଶିଶୁ କଳାକାର ଭାବେ ଆଲିଆ, ତାପସ ଓ ଆୟୁଷ ଦମଦାର ଅଭିନୟ କରିଛନ୍ତି |

Leave A Reply

Your email address will not be published.