ଖାଆନ୍ତୁ ଏମିତି ଖାଦ୍ୟ ଆଉ ନିଜ ଓଜନକୁ କରନ୍ତୁ ନିୟନ୍ତ୍ରଣ

0

ବର୍ତ୍ତମାନ ସମୟରେ ଓଜନ ହ୍ରାସ ସଭିଁଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏଥିପାଇଁ ସଭିଏଁ ବିଭିନ୍ନ ପ୍ରକାର ବ୍ୟାୟାମ କରିବା ସହ ଖାଦ୍ୟ ଖାଇବାକୁ ମଧ୍ୟ ଭୟ କରିଥାଆନ୍ତି।  ଦ୍ରୁତ ଗତିରେ ଓଜନ ହ୍ରାସ ପାଇଁ ଇଚ୍ଛୁକ ଥିଲେ ,ପ୍ରଥମେ ଅଧିକ ଛଣାଛଣି ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ। ତେବେ ଏଭଳି କିଛି ସ୍ୱତନ୍ତ୍ର ଭୋଜନ ବିଷୟରେ ଜାଣନ୍ତୁ। ଏହି ଉପାୟ ଅପାଣାଇ କମାନ୍ତୁ ଓଜନ..
ପ୍ରଥମ ଉପାୟ .. ସର୍ବ ପ୍ରଥମେ ଜଳଖିଆ କଥା ଚିନ୍ତା କଲେ, ସକାଳର ଜଳଖିଆରେ ବିସ୍କୁଟ୍‍, ଛଣାଛଣି ଖାଆନ୍ତୁ ନାହିଁ। ଜଳଖିଆରେ ଚୁଡା ସନ୍ତୁଳା, ପନିପରିବା ସାଲାଡ,ସିଝା ଅଣ୍ଡା ଖାଆନ୍ତୁ। ମାତ୍ର ଖାଲି ପେଟରେ ଚା’ କିମ୍ବା କଫି ଆଦୌ ପିଅନ୍ତୁ ନାହିଁ। ଚା’ରେ ମଧ୍ୟ ଚିନି ଖୁବ କମ ମାତ୍ରାରେ ବ୍ୟବହାର କରନ୍ତୁ।
ଖରାବେଳର ଖାଦ୍ୟରେ ପତଳା ଡାଲି,ବ୍ରାଉନ ରାଇସ୍‍, ଗୋଟିଏ ରୁଟି, ସାଲାଡ ଓ ଦହି ଖାଆନ୍ତୁ। ଏହାସହ କମ ମସଲାରେ ପ୍ରସ୍ତୁତ ପନିପରିବାର ଗୋଟିଏ ତରକାରୀ ମଧ୍ୟ ଖାଇପାରିବେ।
ସେହି ପରି ସନ୍ଧ୍ୟା ସମୟରେ ଛଣାଛଣି ଖାଦ୍ୟ ନଖାଇ ବାଦାମ, ଆମଲେଟ୍‍, ବେସନ ପିଠା ମଧ୍ୟ ଖାଇପାରିବେ।
ରାତି ଖାଦ୍ୟରେ ଯେକୌଣସି ସୁପ୍‍ କିମ୍ବା ଖେଚେଡି ଖାଆନ୍ତୁ।
୨ୟ ଉପାୟରେ .. ଜଳଖିଆରେ ଭିଜା ଯାଇଥିବା ବାଦାମ, ରୁଟି ଓ ପନିର, ମାତ୍ର ଗହମ ଅଟାରେ ପ୍ରସ୍ତୁତ ରୁଟି ହିଁ ଖାଆନ୍ତୁ। ବେସନ ପିଠା ଖାଇପାରିବେ।
ଖରାବେଳର ଭୋଜନରେ ପନିପରିବା ତରକାରୀ,ରୁଟି,ଭାତ ଓ ଡାଲି ଓ ଫଳ ସାଲାଡ ମଧ୍ୟ ଖାଇପାରିବେ।
ସନ୍ଧ୍ୟାରେ ପିଆଜ ପିଠା,ସୋୟା ଚପ୍‍, ସେକା ହୋଇଥିବା ପନିର ଖାଇପାରିବେ।
ରାତି ଖାଦ୍ୟରେ ବ୍ରାଉନ ରାଇସ ସହ ରାଜମା, ଦହି ଖାଆନ୍ତୁ।
ଏହି ୨ଟି ଉପାୟ ସହ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଅଧିକାଂଶ ଲୋକେ ସଠିକ ପରିମାଣରେ ପାଣି ପିଇ ନଥାଆନ୍ତି। ଏହାସହ ଶୋଷ ଲାଗିଲେ ହିଁ ପାଣି ପିଅନ୍ତି। ମାତ୍ର ଏପରି କରିବା ଉଚିତ ନୁହେଁ। ଦିନକୁ ୨ରୁ ୩ଲିଟର ପାଣି ନିଶ୍ଚୟ ପିଅନ୍ତୁ।
ଏହାସହ ପଇଡ ପାଣି ନିଶ୍ଚୟ ପିଅନ୍ତୁ। ଫଳ ଜୁସ୍‍ ମଧ୍ୟ ପିଇପାରିବେ।

Leave A Reply

Your email address will not be published.