ଦେଶରେ ଲୋକାର୍ପଣ ହେଲେ ଡିଜିଟାଲ ବ୍ୟାଙ୍କ୍ ସେବ

0

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଭାରତରେ ୭୫ଟି ଡିଜିଟାଲ ବ୍ୟାଙ୍କ ଶାଖାକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କ୍ରମରେ ଆଜି କଟକ ଜିଲ୍ଲା ସାଲେପୁରରେ ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟାଙ୍କିଂ ସେବା କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଛି । ସାଲେପୁରର ମାଛୁଆତିଠାରେ ୟୁକୋ ବ୍ୟାଙ୍କ ପକ୍ଷରୁ ଏହି ଶାଖା ଖୋଲାଯାଇଛି । ଏଥିରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଏବଂ ୟୁକୋ ବ୍ୟାଙ୍କ ସହ ନିର୍ଦ୍ଦେଶକ ଇସ୍ରାତ୍ ଅଲ୍ଲୀ ଖାନ୍ ପ୍ରମୁଖ ଯୋଗ ଦେଇଥିଲେ।

ଅଳ୍ପ କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ କରିଥିଲେ ଯେ, ‘ଡିଜିଟାଲ୍ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌’ (ଡିବିୟୁ) ହେଉଛି ଜମାଖାତା ଖୋଲିବା, ବାଲାନ୍‌ସ୍‌ ଚେକ୍‌ କରିବା, ଜମାଖାତା ପ୍ରିଣ୍ଟ୍‌ କରିବା, ଫଣ୍ଡ୍‌ ଟ୍ରାନ୍‌ସ୍‌ଫର୍‌ କରିବା, ଫିକ୍‌ସ୍‌ଡ୍‌ ଡିପୋଜିଟ୍‌ରେ ବିନିଯୋଗ କରିବା, ଋଣ ପାଇଁ ଆବେଦନ କରିବା, କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ ପାଇଁ ଆବେଦନ କରିବା, କର ଓ ବିଲ୍‌ ପୈଠ କରିବା ସମତେ ଜନସାଧାରଣଙ୍କୁ ନାନା ପ୍ରକାରର ‘ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇବାର ପ୍ରତ୍ୟକ୍ଷ କେନ୍ଦ୍ର। ଚଳିତ ଆର୍ଥିକ ବର୍ଷରେ ସମଗ୍ର ଦେଶରେ ‘ଡିବିୟୁ’ ସ୍ଥାପନା ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଅଭିଭାଷଣରେ ଘୋଷଣା କରିଥିଲେ।

Leave A Reply

Your email address will not be published.