ନୂଆଦିଲ୍ଲୀ (ଆମ ଟିଭି): ଆଜି ହେଉଛି ଭାରତର ପ୍ରଥମ ଜାତୀୟ ରାଜନୈତିକ ଦଳର ସଭାପତି ପାଇଁ ନିର୍ବାଚନ । ଆଜି ନିଜର ହାଇକମାଣ୍ଡ ବାଛୁଚି କଂଗ୍ରେସ । ସାରା ଦେଶର ପିସିସି କାର୍ୟ୍ୟାଳୟରେ ଚାଲିଛି ମତଦାନ । ଦାର୍ଘ ୨୪ ବର୍ଷ ପରେ କଂଗ୍ରେସକୁ ମିଳିବ ଅଣଗାନ୍ଧୀ ଅଧ୍ୟକ୍ଷ । ମଲ୍ଲିକାର୍ଜୁନ ଖଡଗେ ଓ ଶଶି ଥରୁରଙ୍କ ମଧ୍ୟରେ ମୁକାବିଲା । ଅପରାହ୍ନ ୪ଟା ଯାଏଁ ଚାଲିବ ଭୋଟ ଗ୍ରହଣ ।
ଗାନ୍ଧୀ ପରିବାର ବାହାରୁ କୌଣସି ବ୍ୟକ୍ତି କଂଗ୍ରେସ ଅଧ୍ୟକ୍ଷ ପଦରେ ବସିବା ନିଶ୍ଚିତ ହୋଇଯାଇଛି । ଦଳର ହାଇକମାଣ୍ଡ ପାଇଁ କିଏ ଯୋଗ୍ୟ ପ୍ରାର୍ଥୀ ତାହା ନିର୍ବାଚନ ଜରିଆରେ ନିର୍ଣ୍ଣୟ କରିବାକୁ ଯାଉଛି କଂଗ୍ରେସ । କଂଗ୍ରେସର ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ଥରରୁ ବିଭିନ୍ନ ରାଜ୍ୟ ବୁଲି ସମର୍ଥନ ଲୋଡିଛନ୍ତି । ତେବେ ଦେଖାଯାଉ କିଏ କଂଗ୍ରେସର ଆଗାମୀ ସଭାପତି ହେଉଛନ୍ତି ।