ସବୁ ଏସଏଚଜି ବ୍ୟାଙ୍କ୍ ଆକାଉଣ୍ଟ ଫ୍ରିଜ୍ କରାଯାଉ: ବିଜେପି

0

ଭୁବନେଶ୍ୱର (ଆମ ଟିଭି): ଧାମନଗର ଉପନିର୍ବାଚନକୁ ନେଇ ସରଗରମ ହେଉଛି ଉପନିର୍ବାଚନ ହାୱା । ଏହାରି ଭିତରେ ଧାମନଗର ଉପନିର୍ବାଚନରେ ଅର୍ଥ କାରବାର ନେଇ ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି। ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଫେରାଦ ହୋଇଛି। ବିଜେପି ଅଭିଯୋଗ କରିଛି ଏସଏଚଜି ମାଧ୍ୟମରେ ଟଙ୍କା ବାଣ୍ଟିବାକୁ ଶାସକଦଳ ପ୍ରୟାସ କରିଛି। ସମସ୍ତ ଏସଏଚଜିର ବ୍ୟାଙ୍କ୍ ଆକାଉଣ୍ଟ ସଂଗ୍ରହ କରାଯାଉଥିବା ନଜିର ରହିଛି।

ତେଣୁ ନିର୍ବାଚନ ପ୍ରକ୍ରିୟା ସରିବା ପର୍ୟ୍ୟନ୍ତ ଧାମନଗରର ସମସ୍ତ ଏସଏଚଜି ବ୍ୟାଙ୍କ୍ ଆକାଉଣ୍ଟ ଫ୍ରିଜ୍ କରାଯାଉ। ସମସ୍ତ ଏମବିକେ ଓ ସିଆରପିଙ୍କୁ ଏକାଠି କରି ଟଙ୍କା ବାଣ୍ଟିବାକୁ ଶାସକ ଦଳ ପ୍ରୟାସ କରୁଛି। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପଦକ୍ଷେପ ନେବାକୁ ସିଇଓ ପ୍ରତିଶ୍ରୁତି ଦେଇଛନ୍ତି। ଆଗକୁ ପଦକ୍ଷେପ ନ ନେଲେ ଏନେଇ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

Leave A Reply

Your email address will not be published.