ଜମ୍ମୁ ଓ କଶ୍ମୀରରେ ନିଜ ଭାଷଣରେ ଏମିତି କହିଲେ ଶାହା

0

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରେ ଯେଉଁମାନେ ନିରାପତ୍ତା କର୍ମଚାରୀଙ୍କ ଉପରକୁ ଟେକାପଥର ଫିଙ୍ଗୁଥିଲ, ସେମାନେ ଆଜି ସରପଞ୍ଚ ବୋଲି ଆଜି ‘ନ୍ୟାସ୍‌ନାଲ୍‌ ପୋଲିସ୍‌ ମେମୋରିଆଲ୍‌’ରେ ନିରାପତ୍ତା କର୍ମଚାରୀଙ୍କୁ ଉଦ୍‌ବୋଧନ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।

ଦେଶର ଅଭ୍ୟନ୍ତର ନିରାପତ୍ତାରେ ସକାରାତ୍ମକ ପରିବର୍ତ୍ତନ ଘଟିଛି। ଆଗରୁ ଉତ୍ତରପୂର୍ବ, କଶ୍ମୀରରେ ସାଙ୍ଘାତିକ ଘଟଣା ଘଟୁଥିଲା। ସଶସ୍ତ୍ର ବାହିନୀକୁ ସ୍ବତନ୍ତ୍ର କ୍ଷମତା ଦିଆଯିବା ବ‌େଳେ କଶ୍ମୀର ଥିଲା ବାମପନ୍ଥୀ ଚରମ ଉପଦ୍ରୁତ ଅଞ୍ଚଳ। କିନ୍ତୁ, ନିଜ ନିଜର ପ୍ରଗତି ନିମନ୍ତେ ଏବେ ଯୁବାଙ୍କୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି।

‘ନ୍ୟାସ୍‌ନାଲ୍‌ ପୋଲିସ୍‌ କମେମୋରେସନ୍‌ ଡେ’ ଅବସରରେ ‘ନ୍ୟାସ୍‌ନାଲ୍‌ ପୋଲିସ୍‌ ମେମୋରିଆଲ୍‌’କୁ ଯାଇଥିବା ଶାହ କହିଛନ୍ତି, ପୂର୍ବରୁ ଟେକାପଥର ଫିଙ୍ଗାରେ ମାତିଥିବା ଯୁବା ଆଜି ସରକାର ପ୍ରଚଳନ କରିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିକଳ୍ପିତ ଯୋଜନାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଲ୍ପ ସହିତ ଜଡ଼ିତ ଅଛନ୍ତି।

Leave A Reply

Your email address will not be published.