ପୁଣି ଦିଲ୍ଲୀରେ ଲଜ୍ଜ୍ୟା

0

ନୂଆଦିଲ୍ଲୀ: ଗାଜିଆବାଦରେ ଦିଲ୍ଲୀର ଜଣେ ମହିଳାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରାଯିବା ସହ ତାଙ୍କୁ ଅମାନୁଷିକ ଭାବେ ଯୌନ ନିର୍ଯାତନା ଦିଆଯିବା ଘଟଣା ଏବେ ଜାତୀୟ ରାଜଧାନୀ ଦିଲ୍ଲୀରେ ଚର୍ଚ୍ଚାର ବିଷୟ ପାଲଟିବା ସହ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉତ୍ତରପ୍ରଦେଶ ପୁଲିସ ଏହି ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରଛି। ସେମାନେ ପୀଡ଼ିତା ମହିଳାଙ୍କୁ ଅପହରଣ ଏବଂ ଆକ୍ରମଣ କରିବାରେ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି।

ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ୱାତୀ ମାଲିୱାଲଙ୍କ ଦ୍ୱାରା ଏକ ଭିଡିଓ ପୋଷ୍ଟ କରାଯିବା ପରେ ଏହି ମାମଲା ଲୋକଲୋଚନକୁ ଆସିଥିଲା। ସେ ଅଭିଯୋଗ କରିଥିଲେ ଯେ ପୀଡ଼ିତା ୩୬ ବର୍ଷବୟସ୍କା ମହିଳାଙ୍କୁ ଏକ ଝୋଟ ବସ୍ତାରେ ତାଙ୍କ ହାତ ଏବଂ ଗୋଡ ବନ୍ଧା ଯାଇ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କ ଭିତରେ ଏକ ଲୁହା ରଡ୍‌ ପଶିଥିବା ଦେଖିବାକୁ ମିଳିଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ମହିଳା ଜଣକ ତାଙ୍କ ଅପହରଣକାରୀ ଦ୍ୱାରା ଦୁଇ ଦିନ ଧରି ନିର୍ଯାତନା ପାଇବା ପରେ ତାଙ୍କ ଜୀବନ ପାଇଁ ଲଢୁଥିଲେ। ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ୱାତୀ ମାଲିୱାଲ ଏହି ଘଟଣାକୁ ୨୦୧୨ରେ ଚଳନ୍ତା ବସ୍‌ରେ ଗଣ ବଳାତ୍କାର ଏବଂ ଲୁହା ରଡ୍‌ରେ ନିର୍ଯାତନା ଦେବା ପରେ ମୃତ୍ୟୁବରଣ କରିଥିବା ୨୩ ବର୍ଷୀୟା ପାରାମେଡିକ୍‌ ଛାତ୍ରୀ ର୍ନିଭୟାଙ୍କ ସହ ତୁଳନା କରିଛନ୍ତି।

ଅପ୍ୟପକ୍ଷରେ ପୁଲିସ କହିଛି ଯେ ଅନୁସନ୍ଧାନରୁ ଜଣାପଡିଛି ଯେ ମହିଳା ଜଣକ ନିଖୋଜ ଥିବା ନେଇ ଦୁଇ ଦିନ ତଳେ ଅଭିଯୋଗ ହୋଇଥିଲା। ୟୁପିର ଆଞ୍ଚଳିକ ପୁଲିସ ମୁଖ୍ୟ ପ୍ରବୀଣ କୁମାର ଗୁରୁବାର ଦିନ କହିଛନ୍ତି, ଅପହୃତା ମହିଳା ଜଣକ ଦୁଇ ଦିନ ଧରି ତାଙ୍କର ଦୁଇ ସାଙ୍ଗଙ୍କ ସହ ଥିଲେ। ଯେଉଁ ଅବଧି ପାଇଁ ସେ ଅଭିଯୋଗ କରିଥିଲେ ଯେ ତାଙ୍କୁ ପାଞ୍ଚ ଜଣ ବ୍ୟକ୍ତି ଅପହରଣ କରି ଦୁଷ୍କର୍ମ କରିଛନ୍ତି। ଶ୍ରୀ କୁମାର କହିିଛନ୍ତି, ଆମେ ସେହି କାରକୁ ଉଦ୍ଧାର କରିଛୁ ଯେଉଁଥିରେ ସେ ତାଙ୍କ ସାଙ୍ଗମାନଙ୍କ ସହିତ ଯାଇଥିଲେ ଏବଂ ଦୁଇ ଦିନ ସେମାନଙ୍କ ସହିତ ରହିଥିଲେ। ଗାଜିଆବାଦରେ ଏକ ଜନ୍ମଦିନ ପାର୍ଟିରେ ଯୋଗ ଦେବା ପରେ ଦିଲ୍ଲୀ ଯିବା ପାଇଁ ବସ୍‌କୁ ଅପେକ୍ଷା କରିବା

Leave A Reply

Your email address will not be published.