ମୁହଁ ଖୋଲିଲେ ପ୍ରଶାନ୍ତ କିଶୋର,ଜାଣନ୍ତୁ କଣ କହିଲେ

0

ପାଟନା: ବିହାରରେ ପରିବର୍ତ୍ତନର ସ୍ଲୋଗାନ ଦେଇ ଜନ ସୁରଜ ଅଭିଯାନ ଚଳାଇଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ କିଏ ଯୋଗାଉଛି ଫଣ୍ଡିଂ। କାହା ଟଙ୍କାରେ ଚାଲୁଛି ତାଙ୍କ ଜନ ସୁରଜ ଯାତ୍ରା। ଏହାକୁ ନେଇ ଖୁଲାସା କରିଛନ୍ତି ଖୋଦ୍ ପ୍ରଶାନ୍ତ କିଶୋର।

ଅକ୍ଟୋବର ୨ ତାରିଖରୁ ପ୍ରଶାନ୍ତ କିଶୋର ତାଙ୍କ ଜନ ସୁରଜ ଯାତ୍ରା ଆରମ୍ଭ କରିଛନ୍ତି। ସେ ଏହି ଯାତ୍ରାରେ ରାଜ୍ୟର ସମସ୍ତ ପଞ୍ଚାୟତ ପରିଦର୍ଶନ କରୁଛନ୍ତି। ତେବେ ଏହି ଯାତ୍ରାରେ ଖର୍ଚ୍ଚ ହେଉଥିବା ଟଙ୍କା କିଏ ଖର୍ଚ୍ଚ କରୁଛନ୍ତି। ଏହାକୁ ନେଇ ବିଜେପି ଓ ଅନ୍ୟ ଦଳ ପିକେଙ୍କୁ ଟାର୍ଗେଟ୍ କରିଛନ୍ତି। ଏବେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ପ୍ରଶାନ୍ତି କିଶୋର।

ସେ କହିଛନ୍ତି, ‘ଜନ ସୁରଜ ଯାତ୍ରାରେ ଦେଶର ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କୁ ସାହାଯ୍ୟ କରୁଛନ୍ତି। ସେମାନେ ଏଥିପାଇଁ ଆବଶ୍ୟକ ଫଣ୍ଡିଂ ଯୋଗାଉଛନ୍ତି। ବଡ ରାଲି କିମ୍ବା ବଡ ହେଲିକପ୍ଟରରେ ଟଙ୍କା ଖର୍ଚ୍ଚ ହେଉନାହିଁ। ମୁଁ ୧୦ ବର୍ଷ ଧରି କାମ କରୁଛି। ୧୧ଟି ନିର୍ବାଚନରେ କାମ କରିଛି, ଯେଉଁଥିରୁ ୧୦ଟିରେ ସଫଳତା ହାସଲ ହୋଇଛି। ଏପରି ୬ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି ଯେଉଁମାନଙ୍କ ପାଇଁ ମୁଁ କାମ କରିଥିଲି। ମୋ ସହଯୋଗରେ ସେମାନେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏବେ ସେମାନେ ହିଁ ମୋତେ ଫଣ୍ଡିଂ କରୁଛନ୍ତି।’

Leave A Reply

Your email address will not be published.