ସୁନା ଛାଉଣିରେ ସଜାଇ ହେଲେ କେଦାରନାଥ

0

ଡେରାଡୁନ୍‌: ବୁଧବାର ଦିନ ପରମ ଆରାଧ୍ୟ କେଦାରନାଥଙ୍କ ମନ୍ଦିରର ଗର୍ଭଗୃହର ସୁନା ଛାଉଣି କାର୍ଯ୍ୟ ଶେଷ ହୋଇଛି। ଦୀପାବଳିର କିଛି ଦିନ ପୂର୍ବରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। ଭାରତର ପ୍ରତ୍ନତାତ୍ତ୍ବିକ ସର୍ଭେର ଦୁଇଜଣ ଉଚ୍ଚସ୍ତରୀୟ ଅଧିକାରୀଙ୍କ ତତ୍ତ୍ବାବଧାନରେ ୧୯ଜଣ ଶ୍ରମିକ ସୁନା ଛାଉଣି କାର୍ଯ୍ୟରେ ଲାଗିଥିଲେ। ୧୮ଟି ତଟୁଘୋଡ଼ା ଛାଉଣି ପାଇଁ ଆବଶ୍ୟକ ୫୫୦ଟି ସୁନା ଚାଦର ବୋହି ଆଣିଥିଲେ।

ମାପଚୁପ, ସୁନା ଚାଦର ଲଗାଇବା ପାଇଁ ପଥର କାନ୍ଥ ପ୍ରସ୍ତୁତି ଆଦି ପ୍ରାରମ୍ଭିକ କାର୍ଯ୍ୟ ଦେଢ଼ମାସ ପୂର୍ବରୁ ଆରମ୍ଭ ହୋଇଥିଲା। ପ୍ରାୟ ୧ ସପ୍ତାହ ତଳେ ରୂର୍‌କୀସ୍ଥିତ ‘ସେଣ୍ଟ୍ରାଲ୍‌ ବିଲ୍‌ଡିଙ୍ଗ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ ‘ଆଇଆଇଟି-ରୂର୍‌କୀ’ ଏବଂ ‘ଏଏସ୍‌ଆଇ’ର ୬ଜଣିଆ ସଦସ୍ୟ ଟିମ୍‌ ମନ୍ଦିର ପର୍ଯ୍ୟବେକ୍ଷଣ କରିଥିଲେ। ସେମାନଙ୍କ ପରାମର୍ଶକ୍ରମେ ସୁନା ଛାଉଣି କରାଯାଇଥିଲା।

Leave A Reply

Your email address will not be published.