୩୧ରୁ ଓଡ଼ିଶାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା: ସନ୍ତୋଷ ସିଂ ସାଲୁଜା

0

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ବି ହେବ ଭାରତ ଯୋଡ଼ୋ ଯାତ୍ରା । ଆସନ୍ତା ୩୧ ତାରିଖରୁ ଓଡ଼ିଶାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଆରମ୍ଭ ହେବ। ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତ ଯୋଡ ଯାତ୍ରା ପାଇଁ ପୋଷ୍ଟର ରିଲିଜ କରାଯାଇଛି। ଆଇ ଜି ପାର୍କରୁ ଆରମ୍ଭ ହୋଇ ଫୁଲନଖରାର ଲକ୍ଷେଶ୍ୱର ମନ୍ଦିର ପର୍ୟ୍ୟନ୍ତ ଚାଲିବ। ଦିନକୁ ୨୦ କିମି ଚାଲିବ କଂଗ୍ରେସର ପଦଯାତ୍ରା। ୨୭ଟି ଜିଲ୍ଲାରେ ଏହି ପଦଯାତ୍ରା କରାଯିବ।

ସନ୍ତୋଷ ସିଂ ସାଲୁଜା ଆହୁରି କହିଛନ୍ତି, ଧାମନଗର ଉପନିର୍ବାଚନ ପାଇଁ ୨ ଓ଼ ୩ତାରିଖ ପଦଯାତ୍ରା ବନ୍ଦ ରହିବ। ନେତାଙ୍କ ପାଇଁ୨୦ କିମି ଟେଣ୍ଟର ବ୍ୟବସ୍ଥା କରାଯିବ। ସେଠାରେ ନେତାଙ୍କ ରହିବା ଓ଼ ଖାଇବା ବ୍ୟବସ୍ଥା କରାଯିବ। ଯାତ୍ରା ସମୟରେ କଂଗ୍ରେସର ବିଭିନ୍ନ ସେଲ ସହ ଏସ ଏସ ଜି ମହିଳା, ବୁଦ୍ଧିଜୀବୀ ଓ଼ କ୍ରୀଡାବିତଙ୍କୁ ଭେଟିବେ କଂଗ୍ରେସ ନେତା। ଏହାଛଡ଼ା ଚାଷୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବ କଂଗ୍ରେସ। ଏହି ଯାତ୍ରାରେ ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର ଯୋଗ ଦେବେ।

Leave A Reply

Your email address will not be published.