ତାମିଲନାଡ଼ୁ ସରକାରଙ୍କ ବଡ ନିଷ୍ପତ୍ତି, ଜାଣନ୍ତୁ କଣ

0

ଚେନ୍ନାଇ: ତାମିଲ୍‌ନାଡୁ ସରକାର ତାଙ୍କ ରାଜ୍ୟରେ ଏକ ନୂଆ ଟ୍ରାଫିକ୍‌ ନିୟମ ଲଗାଇଛନ୍ତି। ଏହି ଟ୍ରାଫିକ୍‌ ନିୟମ ଅନୁସାରେ ରାଇଡ୍‌ କ୍ୟାନ୍‌ସଲ୍‌ କଲେ ଦେବାକୁ ହେବ ଜରିମାନା। ତେବେ ଏହି ଜରିମାନା ଯାତ୍ରୀଙ୍କ ପାଇଁ ନୁହେଁ, ବରଂ କ୍ୟାବ୍‌ କମ୍ପ‌ାନିଙ୍କୁ ଦେବାକୁ ହେବ। ଆଜିଠାରୁ ରାଜ୍ୟରେ ନିୟମ ଲାଗୁ ହୋଇଥିବା ବେଳେ ରାଜ୍ୟବାସୀ ଆଶ୍ବସ୍ଥ ହୋଇଛି। ଏଣିକି ଆଉ କ୍ୟାବ୍‌ ଚାଳକ ମନଇଚ୍ଛା ରାଇଡ୍‌ କ୍ୟାନ୍‌ସଲ୍‌ କରିପାରିବେ ନାହିଁ।

ପୂର୍ବରୁ କ୍ୟାବ୍‌ ଚାଳକମାନେ ଯେଉଁ ମନମାନି କରି ଇଚ୍ଛା ନଥିଲେ ରାଇଡ୍‌ କ୍ୟାନ୍‌ସଲ୍‌ କରିଦେଉଥିଲେ, ସେପରି ଆଉ କରିପାରିବେ ନାହିଁ। ଯଦି କୌଣସି କାରଣରୁ କ୍ୟାବ୍‌ ଡ୍ରାଇଭର୍‌ ଯାତ୍ରୀଙ୍କୁ ନେବାକୁ ମନା କରୁଛନ୍ତି ବା ରାଇଡ୍‌ କ୍ୟାନ୍‌ସଲ୍‌ କରୁଛନ୍ତି ତେବେ ତାଙ୍କୁ ୫୦ରୁ ନେଇ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ହେବ।

ଯେଉଁମାନେ କ୍ୟାବ୍‌ ବୁକ୍‌ କରି ବରାବର ଯାତ୍ରା କରନ୍ତି ସେମାନଙ୍କ ପାଇଁ ତାମିଲ୍‌ନାଡୁ ସରକାରଙ୍କର ଏହି ନିୟମ ଖୁବ୍ ଲାଭଦାୟକ ହେବ। କାରଣ ଅନେକ ଅସୁବିଧା ସମୟରେ ଆପଣ ବାରମ୍ବାର ଗାଡ଼ି ବୁକ୍‌ କରିବା ପରେ ବି କ୍ୟାନ୍‌ସଲ୍‌ ହୋଇ ଯାଉଥିବା ସମସ୍ୟା ଆପଣ ସାମ୍ନା କରିଥିବେ।

Leave A Reply

Your email address will not be published.