ଭାରତକୁ ପ୍ରଶଂସା କଲେ ଇମ୍ରାନ

0

ନୂଆଦିଲ୍ଳୀ: ଭାରତର ବୈଦେଶିକ ନୀତିକୁ ଶୁକ୍ରବାର ପୁଣି ଥରେ ପ୍ରଶଂସା କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ। ସେ ଲହୋର ଲିବର୍ଟି ଛକରୁ ନେଇ ଇସ୍‌ଲାମ୍‌ବାଦ୍‌ ଅଭିମୁଖେ ଯାତ୍ରା କରୁଥିବା ବେଳେ ଭାରତର ବୈଦେଶିକ ନୀତିକୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ସେ ତାଙ୍କର ପ୍ରଥମ ଅଭିଭାଷଣରେ କହିଛନ୍ତି ଯେ ‘ଭାରତ ଏବେ ରୁଷ୍‌ଠାରୁ ତୈଳ ଆମଦାନୀ କରବାରେ ସଫଳ ହୋଇଥିବା ବେଳେ ପାକିସ୍ତାନୀମାନେ ଚାକର ପରି ରହି ଯାଇଛନ୍ତି, ଯିଏକି ନିଜ ଦେଶର ଲୋକଙ୍କ କଲ୍ୟାଣ କରିବାକୁ ଅସମର୍ଥ। ଯଦି ରୁଷ ଶସ୍ତାରେ ‌ତୈଳ ଦେଉଛି ଓ ଭାରତ ନେଇପାରୁଛି ତେବେ ମୋ ପାଖରେ ସୁବିଧା ଥିଲେ ମୁଁ କାହାକୁ କହିବାକୁ କି ପଚାରିବାକୁ ଦେଇନଥାନ୍ତି। ଭାରତ ତୈଳ ନେଉଛି ଓ ଚାକର ପାକିସ୍ତାନୀଙ୍କ ପାଇଁ ରୁଷ୍‌ରୁ ତୈଳ ଆଣିବା ପାଇଁ ଅନୁମତି ନାହିଁ।’

ନିକଟ ଅତୀତରେ ଅର୍ଥନୀତିକୁ ବିଶୃଙ୍ଖଳିତ କରି ଭୀତତ୍ରସ୍ତ ଓ ନିର୍ବିଚାର ଭାବେ ଅଯଥା କାର୍ଯ୍ୟରେ ମାତିଥିବା କହି ଇମ୍ରାନ୍‌ ‘ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ (ଏନ୍‌)’ ନେତୃତ୍ବାଧୀନ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଇନ୍ଧନ ଦର ହ୍ରାସ କରିବା ପାଇଁ ଭାରତ ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ବିଷୟରେ ସୂଚନା ସେୟାର୍‌ କରି ‘ପାକିସ୍ତାନ ତେହରୀକ୍‌-ଏ-ଇନ୍‌ସାଫ୍‌’ର ନେତା ଇମ୍ରାନ୍‌ ଟୁଇଟ୍‌ କରି ଲେଖିଥିଲେ, ‘କ୍ବାଡ୍‌’ରେ ଥାଇ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକାର ଚାପ ଏଡ଼ାଇ ଜନସାଧାରଣଙ୍କୁ ଆଶ୍ବସ୍ତି ଦେବା ଲାଗି ଭାରତ ରିହାତି ମୂଲ୍ୟରେ ରୁଷୀୟ ତୈଳ ଖରିଦ କଲା। ଅବାଧ ବୈଦେଶିକ ନୀତି ବଳରେ ଆମ ସରକାର ମଧ୍ୟ ଏଭଳି କରିବା ଲାଗି କାର୍ଯ୍ୟ କରିଥିଲା।’

Leave A Reply

Your email address will not be published.