ଗୁଜରାଟ(ଆମ ଟିଭି): ଘୋଷଣା ହେଲା ଗୁଜୁରାଟ ନିର୍ବାଚନ ତାରିଖ । ତାରିଖ ଘୋଷଣା ହେବା ମାତ୍ର ଆରମ୍ଭ ହୋଇଗଲା ରଣନୀତି । ନିର୍ବାଚନ କମିଶନ ଗୁଜୁରାଟ ବିଧାନସଭା ପାଇଁ ଗୁରୁବାର ମତଦାନ କାର୍ୟ୍ୟସୂଚୀ ଘୋଷଣା କରିବାର କିଛି ମିନିଟ୍ ପରେ ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ନିର୍ବାଚନରେ ତାଙ୍କ ଦଳ ନିଶ୍ଚିତ ଭାବରେ ଜିତିବ। ଆପ୍ ମୁଖ୍ୟ କେଜ୍ରିଓ୍ଵାଲ ଗୁଜୁରାଟୀ ଭାଷାରେ ଦେଇଥିବା ଏକ ଭିଡିଓ ବାର୍ତ୍ତା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ କରିଛି।
ନିଜର ଭିଡିଓ ବାର୍ତ୍ତରେ କେଜ୍ରିଓ୍ଵାଲ ଗୁଜୁରାଟବାସୀଙ୍କୁ ଅପିଲ କରି କହିଛନ୍ତିଟ୍ଟ ‘ମୁଁ ତୁମର ଭାଇ; ତୁମ ପରିବାରର ଏକ ଅଂଶ। ମୋତେ ଗୋଟିଏ ସୁଯୋଗ ଦିଅ ଏବଂ ମୁଁ ସବୁ ଆଶା ପୂରଣ କରିବି। ତୁମକୁ ମାଗଣା ବିଦ୍ୟୁତ ଦେବିଟ୍ଟ ବିଶ୍ୱସ୍ତରୀୟ ବିଦ୍ୟାଳୟ ଏବଂ ଡାକ୍ତରଖାନା ନିର୍ମାଣ କରିବିଟ୍ଟ ଏବଂ ତୁମକୁ ଅଯୋଧ୍ୟାର ରାମ ମନ୍ଦିରକୁ ନେଇଯିବି।’ଟ୍ଟ ଚଳିତ ବର୍ଷ ପ୍ରାରମ୍ଭରେ ହୋଇଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ‘ଆପ୍’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ଗତ ଦୁଇ ଦଶନ୍ଧି ଧରି ବିଜେପି ଗଡ଼ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୃହ ରାଜ୍ୟ ଗୁଜୁରାଟରେ ଏକ ବଡ଼ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ରହିଛନ୍ତି।