ଇମ୍ରାନ୍ ଖାନଙ୍କ ରାଲିରେ ଗୁଳିକାଣ୍ଡ: ୪ ଆହତ

0

ୱଜିରାବାଦ (ଆମ ଟିଭି): ପୁଣି ଇମ୍ରାନ ଖାନଙ୍କ ବଢିଲା ଅଡ଼ୁଆ । ପାକିସ୍ତାନରୁ ବର୍ତ୍ତମାନ ସମୟରେ ଏକ ବଡ଼ ଖବର ଆସି ପହଞ୍ଚୁଛି ଯେ, ପାକିସ୍ତାନ ତେହରିକ-ଏ-ଇସ୍ଲାମ (ପିଟିଆଇ) ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲିରେ ଗୁରୁବାର ଗୁଳିକାଣ୍ଡ ହୋଇଛି। ଏଥିରେ ନିଜେ ଇମ୍ରାନଙ୍କ ସହିତ ଅନୁନ୍ୟ ୪ ଜଣ ଆହତ ହୋଇଥିବା ଖବର ଆସୁଛି। ଏହି ଗୁଳିକାଣ୍ଡ ୱଜିରାବାଦ ଆଲ୍ଲା ହୋ ଚୌକ ନିକଟରେ ହୋଇଛି।

କୁହାଯାଉଛି ଅଜ୍ଞାତ ଆତତାୟୀମାନେ ଇମ୍ରାନ ଖାନଙ୍କ କଣ୍ଟୈନର ଉପରକୁ ଧୁଆଁଧାର ଗୁଳି ଚଳାଇଥିଲେ। ଆକ୍ରମଣରୁ ଇମ୍ରାନ ଅଳ୍ପକେ ବର୍ତ୍ତି ଯାଇଛନ୍ତି ହେଲେବି ସେ ଆହତ ହୋଇଥିବା କୁହାଯାଇଛି।

 

Leave A Reply

Your email address will not be published.