ନୂଆଦିଲ୍ଲୀ (ଆମ ଟିଭି): ଅଷ୍ଟ୍ରେଲିଆରେ ଟି -୨୦ ବିଶ୍ୱକପ ୨୦୨୨ ଖେଳାଯାଉଛି ଜ୍ଝ ଏହି ଟୁର୍ଣ୍ଣାମେଣ୍ଟରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍ ଭଲ ଚାଲିଛି। ବିରାଟ କୋହଲି ଏପର୍ୟ୍ୟନ୍ତ ୪ ଇନିଂସରେ ୩ ଥର ପଚାଶ ରନ୍ ଅତିକ୍ରମ କରିଛନ୍ତି। ଏହାରି ଭିତରେ ଆଜି ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ୩୪ତମ ଜନ୍ମଦିନ । ବିରାଙ୍କ ଜନ୍ମଦିନ ପାଇଁ ସବୁଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ । ୧୯୮୮ ମସିହା ନଭେମ୍ବର ୫ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ କୋହଲି । ୨୦୦୮ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ ବିରାଟ । ଏହାପରେ ସେ ଆଉ କେବେ ପଛକୁ ଫେରିନଥିଲେ ।
ଆଜି ବିଶ୍ବ କ୍ରିକେଟରେ ସବୁଠୁ ସଫଳ ଓ ଅନ୍ୟତମ କ୍ରିକେଟର ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି ବିରାଟ । ୨୦୧୦ ମସିହା ଜୁନ ୧୨ ତାରିଖରେ ଜିମ୍ବାଓ୍ବେ ବିପକ୍ଷ ଟି ଟ୍ବେଣ୍ଟିରେ ଡେବ୍ୟୁ କରିଥିଲେ ଏବଂ ୨୦୧୧ ଜୁନ ୨୦ରେ ସେ ଓ୍ବେଷ୍ଟ ଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିଲେ । ଏହାରି ଭିତରେ ୧୦୨ଟି ଟେଷ୍ଟ, ୨୬୨ ଟି ଦିନିକିଆ ଓ ୧୧୩ଟି ଟି ଟ୍ବେଣ୍ଟି ମ୍ୟାଚ ଖେଳିସାରିଛନ୍ତି । ଦିନିକିଆରେ ୨୬୨ଟି ମ୍ୟାଚରୁ ୧୨ ହଜାର ୩୪୪ ରନ କରିଛନ୍ତି ।
ଯେଉଁଥିରେ ୪୩ଟି ଶତକ ରହିଛି । ଏହାସହ ଟେଷ୍ଟରେ ୧୦୨ଟି ମ୍ୟାଚରେ ୮ହଜାର ୭୪ରନ କରିଥିବା ବେଳେ ସେଥିରେ ୨୭ଟି ଶତକ ରହିଛି । ଟି-ଟେଣ୍ଟିରେ ମଧ୍ୟ ବିରାଟ ୩ହଜାର ୯୩୨ ରନ କରିଛନ୍ତି । ଆଇପିଏଲରେ ମଧ୍ୟ ବିରାଟଙ୍କ ଚମତ୍କାର ରେକର୍ଡ ରହିଛି ।