ନେପାଳ ପୂର୍ବ ପ୍ରଧାନମନ୍ତ୍ରୀ ଭାରତକୁ ଦେଖାଇଲେ ନାଲିଆଖି

0

କାଠମୁଣ୍ଡୁ: ପୁଣି ଥରେ ଭାରତକୁ ଟାର୍ଗେଟ କଲେ ନେପାଳର ପୂର୍ବ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି। ଦେଖାଇଲେ ନାଲି ଆଖି । ନିର୍ବାଚନୀ ପ୍ରଚାର ବେଳେ କହିଲେ ଗାଦିକୁ ଫେରିଲେ ଭାରତ ଅଧିଗ୍ରହଣ କରିଥିବା କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରା ଦେଶକୁ ଫେରିବ । ଆମେ ଇଞ୍ଚେ ବି ଜାଗା ଭାରତକୁ ଛାଡ଼ିବୁ ନାହିଁ। ପଶ୍ଚିମ ନେପାଳ ନିକଟବର୍ତ୍ତୀ ଭାରତ ସୀମାବର୍ତ୍ତୀ ଧାରଚୁଲା ଜିଲ୍ଲାରେ ନିଜ କମ୍ୟୁନିଷ୍ଟ ପାର୍ଟିର ପ୍ରଚାର କରୁଥିବା ବେଳେ ଅଲ୍ଲୀ କହିଲେ, ଆମେ କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ଫେରାଇ ଆଣି ଦେଶରେ ମିଶାଇବୁ । ଆସନ୍ତା ୨୦ ତାରିଖରେ ହେବାକୁ ଥିବା ନିର୍ବାଚନରେ ଆମ ଦଳ ଫେରିଲେ ଉକ୍ତ ଅଞ୍ଚଳ ସବୁ ପୁଣି ଥରେ ଦେଶକୁ ଫେରିବ ।

ନେପାଳ କଂଗ୍ରେସ ଅଧ୍ୟକ୍ଷ ତଥା ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଓବା କହିଛନ୍ତି, କୁଟନୈତିକ ନୀତି ଆଧାରରେ କବଜା ହୋଇଥିବା ନେପାଳର ଅଞ୍ଚଳକୁ ଫେରାଇ ଆଣିବାକୁ ଚେଷ୍ଟା ଜାରି ରହିଛି। ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ । ରାଷ୍ଟ୍ରୀୟ ଅଖଣ୍ଡତାକୁ ନିର୍ବାଚନୀ ଏଜେଣ୍ଡାରେ ସାମିଲ ନ କରିବାକୁ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ବାବୁରାମ ଭଟ୍ଟାରାଇ ମଧ୍ୟ ଓଲିଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଭାରତ ପକ୍ଷରୁ ଗତ ୨୦୨୦ ୮ ମେ’ରେ ଉତ୍ତରାଖଣ୍ଡର ଲିପୁଲେଖ ସହ ଧାରଚୁଲାର ସଂଯୋଗ କରିବା ନିମନ୍ତେ ସଡ଼କ ପଥ କାର୍ଯ୍ୟକ୍ଷମ ହେଲା। ଏହାପରେ ୨ ଦେଶ ମଧ୍ୟରେ ସମ୍ବନ୍ଧରେ ତିକ୍ତତା ଆସିଲା। ସେତେବେଳେ ଓଲି ନେପାଳ ପ୍ରଧାନମନ୍ତ୍ରୀ ଥିଲେ। ଏହି ରାସ୍ତା ନେପାଳକୁ ଛୁଇଁକରି ଯାଉଥିବାରୁ ନେପାଳ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା।

Leave A Reply

Your email address will not be published.