ଜାଣନ୍ତୁ କେତେବେଳେ ଭସାଇବେ ଡଙ୍ଗା

0

ଭୁବନେଶ୍ୱର(ଆମ ଟିଭି): ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ୁଛି। ଜ୍ୟୋତିର୍ବିଦମାନେ ଏହାକୁ ରାହୁଗ୍ରସ୍ତ ଚନ୍ଦ୍ର ଗ୍ରହଣ ବୋଲି କହୁ ଥିବା ବେଳେ କାଲି ଡଙ୍ଗାଭସା ପୂର୍ଣ୍ଣିମା ପଡ଼ୁଥିବାରୁ ନୀତି ନିର୍ଘଣ୍ଟ ହୋଇଛି ।

ଏହି ଦିନ ଡଙ୍ଗା ଭସାଇବା ପାଇଁ ରାତି ୨ଟାରୁ ଭୋର ୫ଟା ୩୮ ମିନିଟ୍ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି। ଅପରାହ୍ନ ୨ଟା ୩୮ ମିନିଟ୍‌ରେ ଗ୍ରହଣ ସ୍ପର୍ଶ ହେବ। ସନ୍ଧ୍ୟା ୫ଟା ୧୧ରୁ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇ ୬ଟା ୧୮ ମିନଟରେ ଗ୍ରହଣ ସର୍ବମୋକ୍ଷ ହେବ। ସମୁଦାୟ ୧ ଘଣ୍ଟା ୧୨ ମିନଟ୍ ୪୮ ସେକେଣ୍ଡ ସମୟ ଧରି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ। ଚନ୍ଦ୍ର ଗ୍ରହଣ ଦିନ ସକାଳ ୮ଟା ୨୯ରୁ ସନ୍ଧ୍ୟା ୬ଟା ୧୯ ପର୍ଯ୍ୟନ୍ତ ପାକତ୍ୟାଗ ରହିବ।

ଏହି ଦିନ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଆଜି ରାତି ୧୨ଟା ୧୦ ମିନିଟ୍‌ରୁ ଦ୍ୱାର ଫିଟାଯାଇ ନୀତିକାନ୍ତି ଆରମ୍ଭ ହେବ। ଏହାସହ ମହାପ୍ରଭୁଙ୍କର ସୁନାବେଶ ବା ରାଜାଧିରାଜ ବେଶ କରାଯିବ।

ଏହି ଚନ୍ଦ୍ର ଗ୍ରହଣରେ କେତୋଟି ରାଶି ଉପରେ ଖରାପ ପ୍ରଭାବ ପଡ଼ିପାରେ ଜ୍ୟୋତିର୍ବିଦମାନେ କହିଛନ୍ତି। ସେହି ରାଶି ଗୁଡ଼ିକ ହେଲା ମେଷ, ବୃଷ, କନ୍ୟା ଓ ମକର ରାଶି।

Leave A Reply

Your email address will not be published.