ଆଜିଠୁ ଆରମ୍ଭ ହେଉଛି କଟକ ଐତିହାସିକ ବାଲିଯାତ୍ରା

0

କଟକ (ଆମ ଟିଭି): ଆଜିଠୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା। ମହାନଦୀ କୂଳର ହେବ ଏକ ବିଶାଳ ମହୋତ୍ସବ।ସାଧବପୁଅଙ୍କ ବୋଇତ ଯାତ୍ରାର ନିରବ ନିଦର୍ଶନ। ଆବାହମାନ କାଳରୁ ଅୟୋଜିତ ହୋଇ ଆସୁଛି ବାଲିଯାତ୍ରା। ବାଲିରେ ଯାତ୍ରା ଆରମ୍ଭ ହୋଇଥିବାରୁ ଏହାର ନାଁ ବୋଧେ ବାଲିଯାତ୍ରା। ପୁଣି କୁହାଯାଏ ଯେ ବାଲି ଦ୍ୱୀପକୁ ଏଠାରୁ ସାଧବପୁଅମାନେ ଯାତ୍ରା କରୁଥିବାରୁ ଏହା ବାଲିଯାତ୍ରା ନାମରେ ଖ୍ୟାତ। ହଜାରବର୍ଷର ସହର କଟକରେ କେବେ ଠାରୁ ଏହା ଆୟୋଜନ ହେଉଛି ତାହାର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ। କିଲ୍ଲା ପଡ଼ିଆରୁ ଆରମ୍ଭ ହୋଇଥିବା ଯାତ୍ରା ଏବେ ବିଶାଳ ରୂପ ନେଇ ସାରିଛି। ଦୁଇଟି ପଡ଼ିଆରେ ମେଳା ଆୟୋଜିତ ହୋଇଛି। କରୋନା ମହାମାରୀ ଯୋଗୁଁ ବିଗତ ଦୁଇବର୍ଷ ବାଲିଯାତ୍ରା ଆୟୋଜନ ହୋଇ ପାରି ନଥିଲା। ଏଥରକୁ ସମସ୍ତେ ଅପେକ୍ଷା କରି ରହିଥିଲେ । ୯ଦିନ ଧରି ହେବାକୁ ଥିବା ଏହି ଯାତ୍ରା ଚଳିତଥର ବେଶ୍ ଆକର୍ଷଣୀୟ ହେବ।

ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇ ସାରିଛି । ମେଳା ପଡ଼ିଆ ଷ୍ଟଲ ମେଳରେ ପରିପୂର୍ଣ୍ଣ ଦେଖାଗଲାଣି । ବ୍ୟବସାୟୀମାନେ ପସରା ମେଲି ସାରିଲେଣି। କେବଳ ଲୋକଙ୍କୁ ଅପେକ୍ଷା। ପ୍ରଥମ ଦିନରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଚନ୍ଦ୍ରଗ୍ରହଣ ହେତୁ ପାକତ୍ୟାଗ ହେବ। ସନ୍ଧ୍ୟା ୬.୧୮ ପରେ ଦେବନୀତି ଆରମ୍ଭ ହେବା ସହ ରୋଷେଇ କରିହେବ । ତଥାପି ସଞ୍ଜ ବୁଡ଼ିବା ଆଗରୁ ମେଳା ପଡ଼ିଆକୁ ଲୋକେ ଛୁଟିବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.