ଭୂକମ୍ପରେ ଥରିଲା ଆଣ୍ଡାମାନ ଓ ନିକୋବର ଦ୍ୱୀପ
ନୂଆଦିଲ୍ଲୀ (ଆମ ଟିଭି): ପୁଣି ଭୂକମ୍ପରେ ଥରିଲା ଆଣ୍ଡାମାନ ଓ ନିକୋବର ଦ୍ୱୀପ । ଆଣ୍ଡାମାନ ଏବଂ ନିକୋବର ଦ୍ବୀପ ସମୂହରେ ଗୁରୁବାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଆଣ୍ଡାମାନ ଏବଂ ନିକୋବର ଦ୍ବୀପର ପୋର୍ଟବ୍ଳେୟାରରୁ ୨୫୩ କିମି ଦକ୍ଷିଣ-ପୂର୍ବରେ ନଭେମ୍ବର ୧୦ ତାରିଖ ରାତି ୨:୨୯ ରେ ହୋଇଥିଲା। ଭୂମିକମ୍ପର ତୀବ୍ରତା ୪.୩ ରହିଥିଲା। ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ।
ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ-ଏନସିଆର ସହ ସମଗ୍ର ଉତ୍ତର ଭାରତରେ ୧୦ ସେକେଣ୍ଡ ପର୍ୟ୍ୟନ୍ତ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ୬.୩ ଥିଲା। ଭୂମିକମ୍ପର କେନ୍ଦ୍ର ନେପାଳ ରହିଥିଲା।