“ତୁ ଚଗଲି ମୁଁ ଚଗଲା”ରେ ଏକାଠି ହେଲେ ଅଭିନେତା ସମ୍ବିତ୍ , ଅଭିନେତ୍ରୀ ରିୟା ଓ ପୁନମ୍।

0

ମୁନ୍ ଟିଭି ମୁଭିଜ୍ ଗୋଟିଏ ପରେ ଗୋଟିଏ ଇତିହାସ ସୃଷ୍ଟି କରି ଚାଲିଛି। ମହାମାରୀ କରୋନା ର କରାଳ ବିଭୀଷିକା ରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଘୋର ବିପତ୍ତି ରେ ପଡ଼ିଯାଇଥିବା ବେଳେ ମୁନ୍ ଟିଭି ମୁଭିଜ୍ ୧୦ଟି ଚଳଚ୍ଚିତ୍ର ନିର୍ମାଣ ର ଘୋଷଣା ସମସ୍ତଙ୍କ ମନରେ ଆଶା ସଂଚାର କରିଛି।
ମୁନ୍ ଟିଭି ମୁଭିଜ୍ ର ଡ୍ରିମ୍ ପ୍ରୋଜେକ୍ଟ “ତୁ ଚଗଲି ମୁଁ ଚଗଲା” ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଅଛି।

 

କିଛିଦିନ ର ବ୍ୟବଧାନ ପରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ନିର୍ଦ୍ଦେଶକ ବିନି ପଟ୍ଟନାୟକ ମିଳିତ ଉଦ୍ୟମରେ ଆରମ୍ଭ ହେବ ନୂଆ ଓଡ଼ିଆ ଚଳଚ୍ଚିତ୍ର “ତୁ ଚଗଲି ମୁଁ ଚଗଲା”। ମହୁରତ ପରେ ପରେ ଅକ୍ଟୋବର ମାସରେ ସୁଟିଂ ଫ୍ଲୋର କୁ ଯିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଘୋଷଣା କରାଯାଇଥିଲା।

ଏଥିରେ ଅଭିନୟ କରୁଛନ୍ତି ଅଭିନେତା ସମ୍ବିତ,ରିୟା ଓ ପୁନମ୍।
ରିୟା ଓ ପୁନମ୍ ଆଗରୁ “ଲଭ୍ ମାଷ୍ଟର” ରେ ଅଭିନୟ କରିସାରିଛନ୍ତି।
ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ପ୍ରେମ୍ ଆନନ୍ଦ ଥିବା ବେଳେ ସଂଳାପ ରଚନା କରିଛନ୍ତି ଡଃ ରଜନୀରଞ୍ଜନ।

ସମାଜସେବୀ ତ୍ରିନାଥ ପଟ୍ଟନାୟକ କ୍ଲାପ୍ ଦେଇ ଶୁଭାରମ୍ଭ କରିଥିଲେ।ଚଳଚ୍ଚିତ୍ର ର ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଆମ ଟିଭି ଥିବା ବେଳେ କ୍ରିଏଟିଭ ହେଡ ଅଛନ୍ତି ପ୍ରଣୟ ଜେଠୀ।

Leave A Reply

Your email address will not be published.