ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

0

ପଦ୍ମପୁର (ଆମ ଟିଭି): ସରଗରମ ହେଉଛି ପଦ୍ମପୁର ଉପନିର୍ବାଚନ ତାତି । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ପତ୍ର ଦାଖଲ କରିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ସହ ଯାଇ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଦୀପ ପୁରୋହିତ।

ଖବର ଅନୁଯାୟୀ, ରବିବାର ନୃସିଂହନାଥ ମନ୍ଦିରରେ ପୂଜା କରି ପ୍ରଚାର କାର୍ୟ୍ୟର ଶୁଭାରମ୍ଭ କରିଛନ୍ତି ପ୍ରଦୀପ ପୁରୋହିତ। ଏଥିସହିତ ପାଇକମାଳରେ ବିଜେପି କାର୍ୟ୍ୟାଳୟର ଉଦଘାଟନ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁର ପହଞ୍ଚି ଦଳର ନେତାମାନଙ୍କ ସହ ବିଚାର ବିମର୍ଶ କରିବେ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର , ରାଜ୍ୟସଭାପତି, ସଙ୍ଗଠନ ମହାମନ୍ତ୍ରୀ, ଓ ଦଳର ପଶ୍ଚିମ ଓଡିଶାର ସବୁ ସାଂସଦ ଓ ବିଧାୟକ ମାନଙ୍କ ବୈଠକରେ ସ୍ଥିର ହେବ ଅସଲ ରଣନୀତି।

Leave A Reply

Your email address will not be published.