ଟଙ୍କା ନେଇ ଟିକେଟ ଦେଉଛନ୍ତି ଆପ ନେତା

0

ନୂଆଦିଲ୍ଲୀ: ଟିକେଟ୍ ବଣ୍ଟାକୁ ନେଇ ମଧ୍ୟ ଚାଲିଛି ଟଣା ଓଟଣା। ଏହାରି ଭିତରେ ଆମ୍ ଆଦମୀ ପାର୍ଟିର ବଢ଼ିଛି ନୂଆ ଅଡୁଆ। ଆପ୍ ବିଧାୟକ ଟଙ୍କା ଦିଅ, ଟିକେଟ୍ ନିଅ ନୀତି ଆପଣାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ବିଧାୟକଙ୍କ ପିଏ ସମେତ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ୩୩ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି।

ସୂଚନା ମୁତାବକ, ଆପ୍ ବିଧାୟକ ଅଖିଲେଶ ପତି ତ୍ରିପାଠୀ ଏମ୍‌ସିଡି ନିର୍ବାଚନ ପାଇଁ ଟିକେଟ୍ ବିକ୍ରି କରୁଥିବା ଅଭିଯୋଗ ହୋଇଛି। କମଲା ନଗରର ୱାର୍ଡ ନମ୍ବର-୬୯ରେ ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତା ଶୋଭା ଖାରି ଏମ୍‌ସିଡି ନିର୍ବାଚନ ପାଇଁ ଦଳକୁ ଟିକେଟ୍ ମାଗିଥିଲେ। ତେବେ ବିଧାୟକ ଅଖିଳେଶ ପତି ଟିକେଟ୍ ବଦଳରେ ତାଙ୍କୁ ୯୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ସେ ଅଭିଯୋଗ ଆଣିଛନ୍ତି।

ଅଭିଯୋଗକାରୀଙ୍କ କହିବା ମୁତାବକ, ସେ ୩୫ ଲକ୍ଷ ଟଙ୍କା ଅଖିଳେଶ ପତି ତ୍ରିପାଠୀ ଓ ୨୦ ଲକ୍ଷ ଟଙ୍କା ବଜିରପୁରର ବିଧାୟକ ରାଜେଶ ଗୁପ୍ତାଙ୍କୁ ଲାଞ୍ଚ ରୂପେ ଦେଇଥିଲେ। ଟିକେଟ୍ ମିଳିବା ପରେ ଆଉ ୩୫ ଲକ୍ଷ ଟଙ୍କା ଦେବା ବାକିଥିଲା। ତେବେ ଲାଞ୍ଚ ଦେବା ପରେ ମଧ୍ୟ ଶୋଭାଙ୍କୁ ଟିକେଟ୍ ମିଳି ନଥିଲା। ଏନେଇ ସେ ବିଧାୟକ ଅଖିଳେଶଙ୍କ ଶଳା ଓମ୍ ସିଂହଙ୍କୁ ଅଭିଯୋଗ କରିଥିଲେ। ଏଥିରୁ ମଧ୍ୟ କିଛି ସୁଫଳ ମିଳିନଥିଲା

Leave A Reply

Your email address will not be published.