ପୁଣି ବାଣ ମାରିଲେ ସୌମ୍ୟରଞ୍ଜନ

0

ଭୁବନେଶ୍ୱର : ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସିଧାସଳଖ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ପରାମର୍ଶଦାତା ଗୋଷ୍ଠୀଙ୍କୁ ଟାର୍ଗେଟ କରିଛନ୍ତି। ଗତ କିଛି ବର୍ଷ ହେବ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉ ନ ଥିବାରୁ ଏହା ପଛରେ ସେମାନଙ୍କ କେଉଁ ଉଦ୍ଦେଶ୍ୟ ଲୁଚି ରହିଛି ବୋଲି ପଚାରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ।

ଭୁବନେଶ୍ୱର ଜୟଦେବ ଭବନରେ ଜନନେତା ହରିଶ୍ଟନ୍ଦ୍ର ବକ୍ସିପାତ୍ରଙ୍କ ୮୯ ତମ ଜନ୍ମ ଜୟନ୍ତୀ ଉତ୍ସବରେ ଯୋଗଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଏହି ଅବସରରେ ସେ କହିଛନ୍ତି, ପ୍ରାୟ ୩,୪ ବର୍ଷ ହେବ ଆମ ରାଜ୍ୟର କୌଣସି କଲେଜରେ ଛାତ୍ର ନିର୍ବାଚନ ହେଉନି। କେଉଁ ବିଚାର ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି, ସେ ସମ୍ପର୍କରେ ମୁଁ ଅଗୋଚର । କିନ୍ତୁ ଏହାର ପରିଣାମ ଭୋଗିବାକୁ ଆମେ ସମସ୍ତେ ପ୍ରସ୍ତୁତ ହେବା ଦରକାର ।

ଏଥିସହ ସେ କହିଛନ୍ତି ଆଜି ଛାତ୍ର ନେତାଟିଏ ସିଧା ଛିଡ଼ା ହୋଇ ୨ ପଦ କହିବାକୁ ସମର୍ଥ ହୋଇପାରୁ ନାହିଁ। ତେଣୁ ଛାତ୍ର ଜୀବନରେ ଛାତ୍ର ରାଜନୀତି କଲେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନେତୃତ୍ୱ ତିଆରି ହେବାକୁ ଏକ ସୁଯୋଗ ସୃଷ୍ଟି ହୁଏ । ହେଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରାମର୍ଶଦାତା ଗୋଷ୍ଠି କେଉଁ କାରଣରୁ ଛାତ୍ର ରାଜନୀତିରେ ଏପରି ପୂର୍ଣ୍ଣଛେଦ ଟାଣୁଛନ୍ତି ତାକୁ ପୁନଃବିଚାର କରିବା ଆବଶ୍ୟକ ।

Leave A Reply

Your email address will not be published.