ଭଲପାଇବାର ନିଆରା ଉଦାହରଣ ଶୁଭ୍ରାଂଶୁ-ଦେବସ୍ମିତା

0

ଭୁବନେଶ୍ବର (ଆମ ଟିଭି): ପ୍ରେମ ଶାଶ୍ୱତ ଓ ଚିରନ୍ତନ. ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳର ଶୁଭ୍ରାଂଶୁ ଓ ଦେବସ୍ମିତା । ଦୀର୍ଘ ୮ ବର୍ଷର ଅତୁଟ ଭଲପାଇବା ଆଜି ପୂର୍ଣାଙ୍ଗ ହୋଇଛି ଆଉ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ଆମେ ଏଥିପାଇଁ କହୁଛୁ ଯେ ଏ ୨ ଜଣଙ୍କ ପ୍ରେମରେ ଏକ କାହାଣୀ ଲୁଚି ରହିଛି । ୨୦୧୫ ରୁ ଦୁହେଁ ଦୁହିଁଙ୍କୁ ଭଲପାଇ ଆସୁଥିଲେ ଆଉ ଏମାନଙ୍କ ଭଲ ପାଇବା ଏତେ ନିବିଡ଼ ଥିଲା ଯେ ହୁଏତ କାହା ନଜର ଲାଗି ଯାଇଥିଲା ଆଉ ଅମାବାସ୍ୟାର ଅନ୍ଧାର ଭଳି ୨୦୧୯ ରେ ଦେବସ୍ମିତାଙ୍କ ଜୀବନରେ ଅନ୍ଧାର ଘୋଟି ଆସିଥିଲା ।

ସେ ପାରାଲେସିସ ଯୋଗୁଁ ଶଯ୍ୟାଶାୟୀ ହୋଇଯାଇଥିଲେ । ସେବେଠାରୁ ତାଙ୍କର ହୁଇଲ ଚେୟାର ପାଲଟି ଯାଇଛି ଚଳ ପ୍ରଚଳର ମାଧ୍ୟମ. ମାତ୍ର ଦେବସ୍ମିତାଙ୍କର ଏଭଳି ପରିସ୍ଥିତିରେ ହାତ ଛାଡି ଦେଇନାହାନ୍ତି ଶୁଭ୍ରାଂଶୁ । ଆଉ ନିଜ ପ୍ରେମିକାକୁ ସାରା ଜୀବନ ପାଇଁ ଜୀବନସାଥୀ ରୂପେ ବାଛି ନେଇଛନ୍ତି । ସତରେ ଶୁଭ୍ରାଂଶୁ ଓ ଦେବସ୍ମିତା ଏ ସମାଜକୁ ଭଲ ପାଇବାର ଏକ ନିଆରା ନିଦର୍ଶନ ଦେଖାଇଛନ୍ତି ।

Leave A Reply

Your email address will not be published.