ଅଫତାବଙ୍କୁ ନେଇ ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ
ଅହମ୍ମଦାବାଦ: ଗୁଜରାଟରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାରିପାଗ ସରଗରମ ଥିବା ବେଳେ ପ୍ରଚାର ମୈଦାନକୁ ଏଣ୍ଟ୍ରି ମାରିଛି ଦିଲ୍ଲୀର ହାଇପ୍ରୋଫିଲ ମର୍ଡ଼ର କେସ। ରାଜଧାନୀ ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ମର୍ଡ଼ର କେସକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ବିଜେପି ପାଇଁ ଷ୍ଟାରପ୍ରଚାରକ ସାଜିଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ଯଦି ଦେଶରେ କୌଣସି ଶକ୍ତିଶାଳୀ ନେତା ନରହିବେ ତେବେ ପ୍ରତି ସହରରେ ଜଣେ ଜଣେ ଅଫତାବ ପୁନୱାଲା ଜନ୍ମ ହେବେ। ଆଉ ଆମେ ଆମ ସମାଜକୁ ରକ୍ଷା କରିବାରେ ଅକ୍ଷମ ହେବୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଗୁଣଗାନ କରି ତାଙ୍କୁ କେନ୍ଦ୍ରରେ ତୃତୀୟଥର ପାଇଁ ସୁଯୋଗ ଦେବା ଉଚିତ ବୋଲି କହିଥିଲେ। ହତ୍ୟା ମାମଲାରେ ଅଫତାବ ସ୍ୱକାରୀ କରିଥିବା ଭୟଙ୍କର ବିବରଣୀରୁ ଏହା ଏକ ଲଭ ଜିହାଦ ବୋଲି ସଙ୍କେତ ମିଳୁଛି।
ହିନ୍ଦୁ ମହିଳାମାନଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ପାଇଁ ଏହା ଏକପ୍ରକାର ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ଶ୍ରଦ୍ଧାକୁ ମୁମ୍ବାଇରୁ ଦିଲ୍ଲୀ ନେଇ ଅଫତାବ ଲଭ ଜିହାଦ ନାମରେ ୩୫ ଖଣ୍ଡ କରିଦେଇଛନ୍ତି । ସେ ମୃତ ଶରୀରକୁ ଫ୍ରିଜରେ ରଖିଥିଲା? ଫ୍ରିଜରେ ମୃତ ଦେହ ରଖିଥିଲା ବେଳେ ସେ ଆଉ ଜଣେ ଯୁବତୀଙ୍କୁ ଅଣି ତାଙ୍କ ସହ ଡେଟିଂ କରୁଥିଲେ। ଯଦି ଦେଶରେ ଜଣେ ଶକ୍ତିଶାଳୀ ନେତା ନ ରହିବେ ତେବେ ପ୍ରତ୍ୟେକ ସହରରେ ଏଭଳି ଅଫାତାବମାନେ ଜନ୍ମ ନେବେ। ଆଉ ଆମେ ଏ ସମାଜକୁ ରକ୍ଷା କରିପାରିବୁ ନାହିଁ ବୋଲି ସେ କହିଛନ୍ତି।