ପାନ ଆଧାର କରନ୍ତୁ ଲିଙ୍କ ନହେ ଅଚଳ ହେବ ପାନ କାର୍ଡ

0

ନୂଆଦିଲ୍ଲୀ: ମାର୍ଚ୍ଚ ୩୧, ୨୦୨୩ ପୂର୍ବରୁ ଆଧାର ସହିତ ଲିଙ୍କ ହୋଇ ନଥିବା ପ୍ୟାନ୍‌ କାର୍ଡକୁ ଅବୈଧ ବୋଲି ବିବେଚନା କରାଯିବ। ଆଧାର ସହିତ ଲିଙ୍କ ହୋଇ ନଥିବା ପ୍ୟାନ୍‌ କାର୍ଡକୁ କୌଣସି ସ୍ଥାନରେ ଗ୍ରହଣ କିମ୍ବା ବ୍ୟବହାର କରାଯାଇ ପାରିବ ନାହିଁ। ଅନ୍ୟ ଶବ୍ଦରେ, ଏହା ବିବେଚନା କରାଯିବ ଯେ ଆପଣଙ୍କର ଏକ ବୈଧ ପ୍ୟାନ୍‌ ନାହିଁ। ଉଲେଖଯୋଗ୍ୟ, ବର୍ତ୍ତମାନ ଷ୍ଟକ୍‌, ମ୍ୟୁଚୁଆଲ୍‌ ଫଣ୍ଡ, ଋଣ ଏବଂ ଅନ୍ୟାନ୍ୟ ଆର୍ଥିକ କ୍ଷେତ୍ରରେ ବିନିଯୋଗ ପାଇଁ ପ୍ୟାନ୍‌ କାର୍ଡ ବାଧ୍ୟତାମୂଳକ ଅଟେ।

ତେବେ, ମାର୍ଚ୍ଚ ୩୧, ୨୦୨୩ ପରେ ଆଧାର ସହିତ ଲିଙ୍କ ହୋଇ ନଥିବା ପ୍ୟାନ୍‌ କାର୍ଡକୁ ଲିଙ୍କ୍‌ କରିବା ପାଇଁ ବର୍ତ୍ତମାନ ୫୦୦ ଟଙ୍କା ଜରିମାନା ପରିବର୍ତ୍ତେ ୧,୦୦୦ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ଜାରି ବିବୃତିରେ କୁହାଯାଇଛି।

Leave A Reply

Your email address will not be published.